ଅଞ୍ଚଳବାସୀଙ୍କ ପ୍ରଶଂସା ସାଉଁଟିଲା ଆଠମଲ୍ଲିକ ବନ ବିଭାଗ ;ଚିହ୍ନଟ ହେଲେ ଦୁଇଜଣ କିଡ଼ନୀ ଓ ଜଣେ ହୃଦରୋଗୀ,ମିଳିବ ମାଗଣା ଚିକିତ୍ସା

0 68

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର କାପୁଲାଙ୍କ ସ୍ୱତନ୍ତ୍ର ଉଦ୍ୟମ କ୍ରମେ ଆଠମଲ୍ଲିକ ବ୍ଲକରେ ଥିବା ଉପାନ୍ତ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । କମଳପୁର ଓ କୁନ୍ଦପୁର ପ୍ରାଥମିକ ବିଦ୍ୟାଳୟର ୭୫ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କାରାଯାଇଥିବା ବେଳେ କଳାମାଟି ଏବଂ ରାଜିଙ୍ଗ ପ୍ରାଥମିକ ବିଦ୍ୟାଳୟର ୧୪୧ ଜଣ
ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଛାତ୍ରଛାତ୍ରୀ ମାନଙ୍କ ବୟସ ଅନୁସାରେ ଓଜନ ଓ ଉଚ୍ଚତା ମାପ କରିବା ସହ ଦାନ୍ତ,ଚକ୍ଷୁ, ମ୍ୟାଲେରିଆ,ଫାଇଲେରିଆ ରୋଗର ବି ପରୀକ୍ଷା କରାଯାଇଛି । ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ପାଖା ପାଖି ୪୭ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଜଣାପଡିଛି । ଦାନ୍ତ ଏବଂ ଚକ୍ଷୁ ସମସ୍ୟା ଥିବା ଛାତ୍ରଛାତ୍ରୀ ମାନଙ୍କ ଉତ୍ତମ ଚିକିତ୍ସା ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏହି ଶିବିରରେ ଦୁଇଜଣ ଛାତ୍ରଛାତ୍ରୀ କିଡ଼ନୀ ରୋଗ ଓ ଜଣେ ଛାତ୍ରୀ ହୃଦରୋଗରେ ପୀଡ଼ିତ ଥିବା ପରୀକ୍ଷାରୁ ଜଣାପଡ଼ିଛି । ସେମାନଙ୍କୁ ସରକାରଙ୍କ ସହଯୋଗରେ ରାଜ୍ୟ ମଧ୍ୟରେ କିମ୍ବା ରାଜ୍ୟ ବାହାରକୁ ନିଆଯାଇ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥିସହ ପ୍ଲାଷ୍ଟିକକୁ ବର୍ଜନ କରି ସମ୍ପୂର୍ଣ୍ଣ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବାର ଆହ୍ୱାନ ଦେଇ ଆଠମଲ୍ଲିକ ବନାଞ୍ଚଳ ପକ୍ଷରୁ ଯଦୁପୁର ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କୁ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି । ପରିବେଶକୁ ସବୁଜ ସୁନ୍ଦର ରଖି ବୃକ୍ଷରୋପଣ କରିବାକୁ ବନାଞ୍ଚଳ ଅଧିକାରୀ ସୁନୀଲ କୁମାର ସାହୁ ଯଦୁପୁର ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଆଠମଲ୍ଲିକ ବନଖଣ୍ଡର ଏଭଳି ଉତ୍ତମ ପ୍ରୟାସ ଏବଂ ସଚେତନତା କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

12 + sixteen =