ବାଲ୍ୟ ବିବାହ ରୋକିବା ପାଇଁ ସି୩ର ପ୍ରଶିକ୍ଷଣ ଶିବିର

0 84

ଦଶପଲ୍ଲା : ସେଣ୍ଟର ଫର କାଟାଲାଇଜୀଙ୍ଗି ଚେଞ୍ଜ (ସି୩) ଆନୁକୁଲ୍ୟରେ ବାଲ୍ୟ ବିବାହ ରୋକିବାପାଇଁ ମଧ୍ୟଖଣ୍ଡ ଏ.ଏନ୍‌.ଏମ କର୍ମୀ ଓ ଆଶା ସାଥୀଙ୍କୁ ନେଇ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ମଧ୍ୟଖଣ୍ଡ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଏନ୍‌ଏମ କର୍ମୀ ଓ ଆଶା ସାଥୀଙ୍କୁ ନେଇ ଏକ ଦିନିକିଆ ଗୁରୁତତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ମଧ୍ୟଖଣ୍ଡ ପି.ଏଚ. ଇ. ଓ. ପୂର୍ଣ୍ଣଚନ୍ଦ୍ର କବି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଲ.ଏଚ୍‌. ଭି. ନିଳେନ୍ଦ୍ରି ନାୟକ ଯୋଗ ଦେଇଥିଲେ । ବୈଠକରେ ଦଶପଲ୍ଲା ଅଞ୍ଚଳରେ ସ୍ଥିତି ବାଲ୍ୟ ବିବାହ ହେବାର କାରଣ ଓ ନିରାକରଣ, ବାଲ୍ୟ ବିବାହରର କୁପରିଣାମ, ଆଇନ ଦ୍ୱାରା ପ୍ରଣୀତ ଦଣ୍ଡ ବିଧାନ ସହିତ ପ୍ରତ୍ୟେକ ଗ୍ରାମରେ ନିଜ ନିଜର ଦାୟିତ୍ୱ ଓ ସି ୩ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରି ଯଥାଶୀଘ୍ର ନିଜ ଅଞ୍ଚଳକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଆଲୋଚନା ରଖିଥିଲେ । ବୈଠକରେ ମଧ୍ୟଖଣ୍ଡ ସେକ୍ଟରର ୩୫ଜଣ ଆଶା ସାଥୀ ଯୋଗଦେଇଥିବା ବେଳେ ୪ଜଣ ଏ.ଏନ୍‌.ଏମ.କର୍ମୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ସି୩ ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ବିଶୋଇ ଆୟୋଜନ କରିଥିବା ବେଳେ ସ୍ଥାନୀୟ ସଂଯୋଜକ ନିକି ପ୍ରଧାନ, ସୁଭାଶିଷ ମିଶ୍ର , ପ୍ରିୟଙ୍କା ବରାଡ, ସ୍ୱାତିରେଖା ଦାସ, ପ୍ରସନ ବାଘସିଂ, ଚିନ୍ମୟ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ । ଦଶପଲ୍ଲା ଅଞ୍ଚଳକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ ଅଞ୍ଚଳ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ମତ ପ୍ରକାଶ କରିଥିଲେ । ସି ୩ ଦ୍ୱାରା ପ୍ରସ୍ତୁତ ସଚେତନା ବାର୍ତ୍ତା ଦେଉଥିବା ଭଳି ଭିଡିଓ ପଦର୍ଶନ କରାଯାଇଥିଲା । ପରିଶେଷରେ ଦଶପଲ୍ଲା ଅଞ୍ଚଳକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

4 + twenty =