ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ମାମଲା, ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବି କଲା କଂଗ୍ରେସ

0 49

ପୁରୀ : ପୁରୀ ଅସ୍ତରଙ୍ଗରେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ନିଜ ବଡ ବାପା ପୁଅ ଗିରଫ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ତିନି ଜଣ ଯୁବକ ଫେରାର ଥିବା ବେଳେ ଅସ୍ତରଂଗ ପୋଲିସ୍‌ ଅଭିଯୁକ୍ତକୁ ଏ ପର୍ଯ୍ୟନ୍ତ ଗିରଫ କରି ପାରୁନାହିଁ । ଯାହାକୁ ନେଇ କଂଗ୍ରେସ ପ୍ରତିବାଦ କରିଛି । ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମର୍ଥକ ହୋଇଥିବାରୁ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିବାରେ ପଛ ଘୁଞ୍ଚା ଦେଇଥିବା ଅଭିଯୋଗ କରିଛି କଂଗ୍ରେସ । ଘଟଣାକୁ ନେଇ କଂଗ୍ରେସ ଏକ ପ୍ରତିନିଧି ମଣ୍ଡଳୀ ପୀଡ଼ିତାଙ୍କ ପରିବାରକୁ ଭେଟି ପ୍ରକୃତ ଘଟଣା ଅନୁଧ୍ୟାନ କରିଛି । ଜଣେ ଦଳିତ ଭିନ୍ନକ୍ଷମ ନାବାଳିକା ଉପରେ ଅତ୍ୟାଚାର ସୀମା ସବୁ ଟପି ଯାଇଥିବା ବେଳେ ଅଭିଯୁକ୍ତକୁ ଅସ୍ତରଂଗ ପୋଲିସ୍‌ ଗିରଫ ନ କରି ଚୁପ୍‌ ବସିବାକୁ କଂଗ୍ରେସ୍‌ ସମାଲୋଚନା କରିଛି । ନବୀନ ସରକାରରେ ଦୁଷ୍କର୍ମକାରୀ, ହତ୍ୟାକାରୀ, ଅପରାଧୀଙ୍କୁ ପୋଲିସ୍‌ ସବୁ ବେଳେ ସୁରକ୍ଷା ଦେଇ ଆସିଥିବା କଂଗ୍ରେସ ଅଭିଯୋଗ କରିଛି । ତେବେ ପୁରୀ ପୋଲିସ୍‌ ଭିନ୍ନକ୍ଷମ ଦଳିତ ନାବାଳିକାକୁ ତୁରନ୍ତ ନ୍ୟାୟ ନ ଦେଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।
ସୂଚନା ଅନୁସାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଗଡ଼ଗୋପାଳପୁର ଗ୍ରାମରେ ଜଣେ ଭିନ୍ନକ୍ଷମ ୧୫ ବର୍ଷ ନାବାଳିକାକୁ ନିଜ ବଡବାପା ପୁଅ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଝିଅର ମା । ଏନେଇ ଅସ୍ତରଙ୍ଗ ଥାନାରେ ୧୪/୨୩ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ୍‌ । ବଡବାପା ପୁଅକୁ ଗିରଫ ଅଧିକ ପଚରାଉଚରା କରୁଛି ଅସ୍ତରଙ୍ଗ ପୋଲିସ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଗଡଗୋପାଳପୁର ୧୫ ବର୍ଷର ଭିନ୍ନକ୍ଷମ ଝିଅ ନିଜ ବଡ ବାପା ଘରକୁ ଟିଭି ଦେଖିବା ପାଇଁ ଯାଇଥିଲେ । ପରେ ଶୌଚ ହେବାକୁ ବାଡ଼ି ପଛକୁ ଜାଇ ଥିବା ବେଳେ ତାଙ୍କ ବଡ଼ ବାପା ପୁଅ ସହ ଅନ୍ୟ ୩ ଜଣ ଯୁବକ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ । ଏହାକୁ ମୋବାଇଲ୍‌ ରେ ଭିଡ଼ିଓ କରି କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇ ଥିଲେ । ଏହି ଲିଖିତ ଅଭିଯୋଗ ଆଣିଛନ୍ତି ଝିଅର ମା । ଅଭିଯୋଗ ମିଳିବା ପରେ ଅସ୍ତରଙ୍ଗ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାରେ ଅବହେଳା କରୁଥିବା ପୀଡ଼ିତାର ମା ଅଭିଯୋଗ କରିଛନ୍ତି । ତାଙ୍କୁ ନ୍ୟାୟ ଦରକାର ବୋଲି ଗୁହାରି କରିଛନ୍ତି । ସେପଟେ ଜଣେ ଭିନ୍ନକ୍ଷମ ନାବାଳିକାକୁ ଗଣଦୁଷ୍କର୍ମକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ ପୋଲିସ ଅଭିଯୁକ୍ତଙ୍କୁ ଧରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି । ସେପଟେ ଫେରାର ଥିବା ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ୍‌ କି ପଦକ୍ଷେପ ନେଇଛି ସେ ନେଇ ଅସ୍ତରଙ୍ଗ ପୋଲିସ୍‌ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

hiranchal ad1
Leave A Reply

Your email address will not be published.

5 + eleven =