ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0 32

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ନୂଆକେରାଣ୍ଡି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳୀ ପଣ୍ଡାଙ୍କୁ ଆଜି ଅବରସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବାର ଜଣାପଡିଛି । ଏନେଇ ଏକ ସ୍ୱତନ୍ତ୍ର ଉତ୍ସବ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍‌.ରବିକୁମାରଙ୍କ ଅଧ୍ୟକ୍ଷତାରେ ଗୋଷାଣି ବ୍ଲକ ଶିକ୍ଷାଧିକାରୀ ଆଦିକନ୍ଦ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଟି.କିଶୋର କୁମାର, ଭାରପ୍ରାପ୍ତ ମୁଖ୍ୟ କିରାଣୀ ଡି.ମନ୍ମଧରାଓ, କତଲକଇଠା ସିଆର୍‌ସିସି ସିଏଚ୍‌.ଗୌରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପଣ୍ଡାଙ୍କ କାର୍ଯ୍ୟଶୈଳୀ, ଶିକ୍ଷାଦାନ, ଛାତ୍ରବତ୍ସଳ ଭାବ ଆଦି ସମ୍ପର୍କରେ ଆଲୋକପାତ କରିଥିଲେ । ଏହାସହ ଶ୍ରୀମତୀ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର, ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସବୁଠାରୁ ଉଲ୍ଲେଖନୀୟ ବିଷୟ ଏହିକି ଯେ, ଗୋଷାଣି ବ୍ଲକରେ ପ୍ରଥମଥର ପାଇଁ ଜଣେ ଅବସର ଗ୍ରହୀତାଙ୍କୁ ଅବସର ଦିନହିଁ ସମସ୍ତ ପେନ୍‌ସନ୍‌ ଦସ୍ତାବିଜ ତଥା ଫାଇନାଲ ପେନ୍‌ସନ୍‌ ତଥା ଅବସରକାଳୀନ ପ୍ରାପ୍ୟ ବିଇଓ କାର୍ଯ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଥିଲା । ଯଦ୍ୱାରା ଶ୍ରୀମତୀ ପଣ୍ଡାଙ୍କୁ ଆଗାମୀ ଦିନରେ ପେନ୍‌ସନ୍‌ ସମ୍ବନ୍ଧୀୟ କାମ ପାଇଁ କୌଣସି କାର୍ଯ୍ୟାଳୟକୁ ଯିବାକୁ ପଡିବନାହିଁ । ଏପରି ପେନ୍‌ସନ୍‌ ପ୍ରଦାନ କରାଯାଇଥିବାକୁ ନେଇ ବିଦ୍ୟାଳୟ ତରଫରୁ ବିଇଓ କାର୍ଯ୍ୟାଳୟକୁ ସାଧୁବାଦ ଜଣାଇଛନ୍ତି । ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ଯୋଗଦେଇ ଶ୍ରୀମତୀ ପଣ୍ଡାଙ୍କୁ ଅବସର ପରେ ସୁସ୍ଥ ରହିବା ସହ ଆରାମଦାୟକ ଜୀବନଯାପନ ବିତାଇବା ନିମନ୍ତେ କାମନା କରିଥିଲେ ।

hiranchal ad1
Leave A Reply

Your email address will not be published.

1 + three =