କ୍ରୀଡା ସାଂସ୍କୃତିକ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ

0 56

ଚମ୍ପୁଆ,୨୯ା୧୧: ସ୍ଥାନୀୟ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଚମ୍ପୁଆରେ ନୂଆ ଓ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ କ୍ୟାରୋମ, ସ୍ୱରଚିତ କବିତା ପାଠ ଏବଂ ସୃଜନ ରଚନା ଆଦି କାର୍ଯ୍ୟକ୍ରମ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ଦେଖାଯାଇଥିଲା । ପଂଜିକରଣ ପରେ ଏହା ବିଭାଗ ଅନୁଯାୟୀ ଆରମ୍ଭ ହୋଇଥିଲା । ଅଧ୍ୟକ୍ଷ ରାଜେନ୍ଦ୍ର କୁମାର କର ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ନୋଡାଲ ଅଫିସର ପ୍ରଶାନ୍ତ କୁମାର ନନ୍ଦ, ସ୍ୱାଧିନ କୁମାର ସିଂହ, ଚମ୍ପେଶ୍ୱର ମିଶ୍ର ସମସ୍ତେ କିପରି ଭାଗ ନେଇ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ । ସରକାରଙ୍କ ଯୁବ ବିକାଶ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ କିପରି ଏହି ମହା ପର୍ବରେ ଜଣେ ଜଣେ ତତ୍ପର ହୋଇ ନିଜ ଉତ୍କର୍ଷତାକୁ ପ୍ରତିପାଦିତ କରିବେ ତାହା ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧ୍ୟାପକ ଦୁଃଖବନ୍ଧୁ ମହାନ୍ତ, ଅଧ୍ୟାପିକା ପୁନମ ହରୋ, ରିତା ଚାତାର, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ଗିରି, ନାରାୟଣ ଶତପଥୀ, ସହାୟକ ଅମିୟ ବୈଦ୍ୟ, କ୍ରୀଡା ଶିକ୍ଷକ ଦେବାଶିଷ ମହାନ୍ତ ଆଦି ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

hiranchal ad1
Leave A Reply

Your email address will not be published.

three × four =