ନବରଙ୍ଗପୁର ଜିଲ୍ଲା କଂଗ୍ରେସର “ତୁଳସୀ ଯାତ୍ରା’

0 116

ନବରଙ୍ଗପୁର: ଆଜି ଭୁବନେଶ୍ୱରଠାରୁ ଶ୍ରୀକ୍ଷେତ୍ର ପୁରୀ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟିର ତୁଳସୀ ଯାତ୍ରା ବହାରିଛି । ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ ତରଫରୁ ପ୍ରତ୍ୟେକ ବ୍ଲକରୁ ତୁଳସୀ ସଂଗ୍ରହ କରି ପୁରୀ ଶ୍ରୀକ୍ଷେତ୍ର ଯିବା ପାଇଁ ପିସିସି ତରଫରୁ ନିର୍ଦ୍ଦେଶ ହୋଇଥିଲା । ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ୧୦ ଗୋଟି ପିତଳ କଳସରେ ଶ୍ରୀକ୍ଷେତ୍ର ଯାତ୍ରା ପାପଡାହାଣ୍ଡିଠାରୁ ଆରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ତୁଳସୀ ପାତ୍ରରୁ ଜିଲ୍ଲା କଂଗ୍ରେସ ସଭାପତି ଗ୍ରହଣ କରିବା ପରେ ସମସ୍ତ ନେତା ଏକକାଳୀନ ପ୍ରାୟ ଏକ ଶହ ପ୍ରମୁଖ ନେତୃ ମଣ୍ଡଳୀ ଭୁବନେଶ୍ୱର ଯାତ୍ରା କରିଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ନେତୃତ୍ୱରେ ଏଆଇସିସି ସଂଯୋଜିକା ତଥା ପିସିସି ସମ୍ପାଦିକା ହାରାବତି ଗୋଣ୍ଡ, ଏଆଇସିସି ସଭ୍ୟା ତଥା ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମତୀ ମନସା ତ୍ରିପାଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଭାଗିରଥି ନାୟକ, ବରିଷ୍ଠ କଂଗ୍ରେସ ନେତା କୁସୀୟା ମାଝୀ, ନଗର କଂଗ୍ରେସ ସଭାପତି ପ୍ରଦୀପ ସାହୁ, ରାଇଘର ବ୍ଲକ ସଭାପତି ସୁବଳନ ସାନ୍ତା, ଝରିଗାଁ ବ୍ଲକ୍‌ କଂଗ୍ରେସ ସଭାପତି ତମ୍ବୁଦାସ୍‌ ପନକା, ଓବିସି ଜିଲ୍ଲା ସଭାପତି ପଦମନ୍‌ ବିଶୋଇ, ଦଳିତ ସେଲ ଜିଲ୍ଲା ସଭାପତି ଅର୍ଜୁନ ସମରଥ, କିଶାନ କଂଗ୍ରେସ ଜିଲ୍ଲା ସଭାପତି ମହେଶ୍ୱର ଭତରା, ଆଇଏନଟିୟୁସି ଜିଲ୍ଲା କଂଗ୍ରେସ ସଭାପତି ଦିବାକର ପୂଜାରୀ, ଝରିଗାଁ ସରପଞ୍ଚ ଯୋଗେଶ୍ୱର ପୂଜାରୀ, ରାଜୀବ ଗାନ୍ଧୀ ସଂଯୋଜକ ପ୍ରକାଶ ସାମନ୍ତରାୟ, ନବରଙ୍ଗପୁର ମଣ୍ଡଳ କଂଗ୍ରେସ ସଭାପତି ନବ ଜୀବନ ମନ୍ଦାର, ମଣ୍ଡଳ ସଭାପତି କାଳୀ ପ୍ରସାଦ ଦାସ, ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ନାୟକ, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଦସ୍ୟ ସନରାଜ୍‌ ଗଣ୍ଡ, ଯୁବ କଂଗ୍ରେସ ଉମରକୋଟ ସଭାପତି ଅଜୟ ଚୌହାନ, ସୁନ୍ଦର ସିଂହ ଗଣ୍ଡ, ନବାଲ ପନକା, ପ୍ରଦୀପ ହାଲଦାର, ପର୍ଶୁରାମ ନାୟକ, ପର୍ଶୁରାମ ପୂଜାରୀ, ସୁବାଷ ସାଗର, ଝରିଗାଁ ବିଧାନସଭା ଦଳୀତ ସଭାପତି ମେଙ୍ଗ ହରିଜନ ଏବଂ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଏହି ଯାତ୍ରା ରେ ସାମିଲ ଅଛନ୍ତି ।

hiranchal ad1
Leave A Reply

Your email address will not be published.

four × 5 =