ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ମୁକୁଟ ପିନ୍ଧିଲେ ଦେବସ୍ମିତା ଶତପଥୀ

0 118

ଘୁ ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପଦବୀ ପାଇଁ ଉପ ନିର୍ବାଚନ ଗତ କାଲି ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭୋଟ ଗଣତି ହୋଇଥିଲା । ସକାଳ ୮ ଘଣ୍ଟା ସମୟରେ ସ୍ଥାନୀୟ ତହସିଲଦାର ତଥା ନିର୍ବାଚନ ଅଧିକାରୀ ରଞ୍ଜନ କୁମାର୍‌ ସାହୁଙ୍କ ନେତୃତ୍ୱରେ ଓ ଉପ ଜିଲ୍ଲାପାଳଙ୍କ ଉପସ୍ଥିତରେ କଡା ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗ ରୁମ ଠାରୁ ଇଭିଏମ ଗୁଡ଼ିକ ୭ ରାଉଣ୍ଡରେ ଗଣତି କେନ୍ଦ୍ରକୁ ନେଇଥିଲେ ତାଙ୍କ ପରେ ଗଣତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଗଣତିର ପ୍ରଥମ ପର୍ଯ୍ୟାୟରେ ହିଁ ବିଜେଡି ପ୍ରାର୍ଥୀନି ଦେବସ୍ମିତା ଶତପଥୀ ଲିଡରେ ରହି ଶେଷ ୭ ରାଉଣ୍ଡ ସୁଦ୍ଧା ୩୧୧୧ ଭୋଟ ପାଇଥିଲେ । ତେବେ ବିଜେପି ପକ୍ଷରୁ ରଞ୍ଜିତା ନାୟକ ସମୁଦାୟ ୭୫୬ ଓ କଂଗ୍ରେସ ପକ୍ଷରୁ ମଧୁଲିନା ଦିଗାଲ ୬୧୪ ଗୋଟି ଭୋଟ ପାଇଥିବା ବେଳେ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀନୀ ବିଜେପିର ରଞ୍ଜିତା ନାୟକଙ୍କ ଠାରୁ ୨୩୫୫ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲା ବିଜେଡି ପ୍ରାର୍ଥିନି ଦେବସ୍ମିତା ଶତପଥୀ । ତେବେ ସ୍ଥାନୀୟ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବରେ ଶେଷରେ ବିଜେଡି ପ୍ରାର୍ଥୀନି ଦେବସ୍ମିତା ଶତପଥୀଙ୍କୁ ବିଜୟ କରିଥିବା ଘଷଣା କରିଥିଲେ । ବିଜୟ ଲାଭ ପରେ ପ୍ରାର୍ଥିନୀ ସମସ୍ତଙ୍କର ଆଶୀର୍ବାଦ ନେଇଥିଲେ ଓ ନିଜ ପ୍ରତିକ୍ରିୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟବେକ୍ଷକ,ସାଂସଦ ସମେତ ଅନ୍ୟ ଆଗଧାଡିର କର୍ମୀମାନଙ୍କୁ ବିଜୟରେ ଶ୍ରେୟ ଦେବା ସହିତ ନିଜ ସ୍ୱର୍ଗତା ମାଆଙ୍କର ଅଧୁରା ସ୍ୱପ୍ନକୁ ସାକାର କରି କାର୍ଯ୍ୟ କରି ଘୁ ଉଦୟଗିରି ଅଞ୍ଚଳର ଉହ୍ନତୀ କରିବା ଦିଗରେ ଅଗ୍ରାଧିକାର ଦେବେ ବୋଲି ମତ ପ୍ରକାଶ କରିଥିଲେ । ତେବେ ଘୁ ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଭାବରେ ନୂତନ ଅଧ୍ୟକ୍ଷା ଭାବେ ଦେବସ୍ମିତା ଶତପଥୀ ନିର୍ବାଚିତ ହେଲାପରେ ଅନେକ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଅଭ୍ୟାସ ଅଭିନନ୍ଦନ ଜଣେଇଛନ୍ତି ।

hiranchal ad1
Leave A Reply

Your email address will not be published.

4 × two =