କଟକ ବାଲିଯାତ୍ରାରେ ଅନୁଷ୍ଠିତ ହେବ ଦଶପଲ୍ଲା ରାମଲୀଳା

0 240

ଦଶପଲ୍ଲା : ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ଏହି ଯାତ୍ରା ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଚଳିତବର୍ଷ ଏହି ଯାତ୍ରାରେ ସ୍ଥାନ ପାଇଛି ଭାରତ ପ୍ରସିଦ୍ଧ ଦଶପଲ୍ଲାର ଐତିହାସିକ ଲଙ୍କାପୋଡ଼ି । ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଲଙ୍କାପୋଡ଼ି ଯାତ୍ରା କମିଟିକୁ ଚିଠି କରାଯାଇଥିବା ବେଳେ କଳାକାରଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡ଼ି ବା ରାମଲୀଳା କେବଳ ଦଶପଲ୍ଲା ନୁହେଁ ଦେଶ, ବିଦେଶରେ ଖ୍ୟାତି ଅର୍ଜନ କରିଥିବା ବେଳେ ପ୍ରଥମଥର ପାଇଁ ବାଲିଯାତ୍ରାରେ ଏହା ମଞ୍ଚସ୍ଥ ହେବ । ଡିସେମ୍ବର ୧ ତାରିଖ ଦିନ ଲଙ୍କାପୋଡ଼ି ଯାତ୍ରା ମଞ୍ଚସ୍ଥ କରିବା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି ।

hiranchal ad1
Leave A Reply

Your email address will not be published.

fourteen − 6 =