ଅତ୍ୟାଧୁନିକ ଟ୍ରାଫିକ ବ୍ୟବସ୍ଥା ପାଇଁ ଶିଳାନ୍ୟାସ

0 130

ଦଶପଲ୍ଲା : ନୟାଗଡ଼ ସହରର ଟ୍ରାଫିକ ଛକରେ ଟ୍ରାଫିକ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଯୋଗଦେଇ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ସାହୁ ନୟାଗଡ ଇତିହାସକୁ ମନେ ପକାଇଥିଲେ । ନୟାଗଡ଼ ସହରରେ ଥିବା ଉଠାଣି ଗଡ଼ାଣି ସମ୍ପର୍କରେ ସୂଚନା ଦେଇ ରିକ୍ସା ଚାଳକଙ୍କର କଷ୍ଟକୁ ମନେପକାଇଥିଲେ । ଜାତୀୟ ରାଜପଥ ବିଭାଗ ଦ୍ୱାରା କଳାମୁଗୁନି ପଥର ଫଟାଇ ଡ୍ରେନ ନିର୍ମାଣ କରିବା ଓ ସାଇକେଲ ଚାଳକଙ୍କ ପେଡାଲ ମାରିବା କଷ୍ଟ କଥା ବିଧାୟକ ଶ୍ରୀ ସାହୁ କହିଥିଲେ । ନୟାଗଡ଼ ପୌରପରିଷଦ ମାନ୍ୟତା ମିଳିବା ପରେ ସହରରେ ରାସ୍ତାଘାଟ ନିର୍ମାଣ ହୋଇଛି, ଯାହା ବଳକା ରହିଛି ପୂର୍ତ୍ତ ବିଭାଗରେ ସାମିଲ କରାଯାଇ ଖୁବ ଶୀଘ୍ର ନୂଆ ରାସ୍ତା ନିର୍ମାଣ କରାଯିବାର ଯୋଜନା ରହିଛି ବୋଲି ବିଧାୟକ କହିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ଯୋଗଦେଇ ଟ୍ରାଫିକ ସମସ୍ୟାର ସମାଧାନ ହେବ ବୋଲି କହିଥିଲେ । ଖୁବ ଶୀଘ୍ର ବାଇପାସ ନିର୍ମାଣ ଆରମ୍ଭ ହେବ । ଜମି ଅଧିଗ୍ରହଣ ପରେ ଗଛକଟା ଶେଷ ହୋଇଛି ବୋଲି ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପୌର ପରିଷଦ ଅଧ୍ୟକ୍ଷ ଓ ଉପାଧକ୍ଷ,ବ୍ଲକ ଅଧ୍ୟକ୍ଷ ଓ ଉପାଧକ୍ଷ, ଜିଲ୍ଲା ପରିଷଦ ସଦସ୍ୟଙ୍କ ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ମାନେ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

2 + 19 =