ସମ୍ବଲପୁର ଓ ମେକ୍ସିକୋ ମଧ୍ୟରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ଚୁକ୍ତିନାମା ସ୍ୱାକ୍ଷରିତ

0 32

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଭାଗ ସହିତ ସୁଦୂର ମେକ୍ସିକୋ ରାଷ୍ଟ୍ରୀୟ ବୈଷୟିକ ସଂସ୍ଥାର (ଏନଆଇଟି)ର ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି, ଯାହା ଫଳରେ ଉଭୟ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ଶୈକ୍ଷଣିକ ଆଦାନପ୍ରଦାନ ପାଇଁ ବାଟ ଫିଟିଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଭାଗୀୟ ମୁଖ୍ୟ ପ୍ରୋଫେସର ଅରୁଣ ଆଚାର୍ଯ୍ୟ ବର୍ତ୍ତମାନ ମେକ୍ସିକୋ ଗସ୍ତରେ ଅଛନ୍ତି ଓ ସେଠାକାର ବିଭାଗୀୟ ମୁଖ୍ୟ ଡ଼: ମାର୍କେ ଏଣ୍ଟୋନିଓ ସାଞ୍ଚେଜ ମେଡିନାଙ୍କ ସହ ତାଙ୍କ ଆଲୋଚନା ପରେ ଉଭୟଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । ଏବିଷୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଚୁକ୍ତିନାମା ଫଳରେ ଉଭୟ ଅନୁଷ୍ଠାନର ଶିକ୍ଷାର୍ଥୀ ଓ ଶିକ୍ଷକ ଉଭୟ ବର୍ଗ ମିଳିତ ରୂପେ ଅନୁସନ୍ଧାନ କାର୍ଯ୍ୟ ରେ ଯୋଗ ଦେଇ ପାରିବେ ତଥା ଉଚ୍ଚ ଶିକ୍ଷା ପାଇଁ ସେମାନଙ୍କୁ ଅଦଳବଦଳର ସୁଯୋଗ ମଧ୍ୟ ମିଳିପାରିବ । ଏହାଦ୍ୱାରା ଆଗମୀ ଦିନରେ ଭାରତ ଓ ମେକ୍ସିକୋ ମଧ୍ୟରେ ସାମାଜିକ ସମସ୍ୟା ଗୁଡିକର ସମାଧାନ ପାଇଁ ମିଳିତ ଶୋଧଧର୍ମୀ ପରିଯୋଜନା ଆୟୋଜିତ ହୋଇପାରିବ । ଏହା ଫଳରେ ଉଭୟ ଉଚ୍ଚ ଶିକ୍ଷାନୁଷ୍ଠାନରେ ନୃତତ୍ତ୍ୱ ଓ ବୈଷୟିକ ଶିକ୍ଷା ବିକଶିତ ହେବାର ସୁଯୋଗ ମିଳିପାରିବ ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

3 + one =