ନାବାଳିକା ଦୁଷ୍କର୍ମ ମାମଲା ରେ ଅଭିଯୁକ୍ତକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା

0 64

ଫୁଲବାଣୀ :- ଜଣେ ନାବାଳିକା ଦୁଷ୍କର୍ମ ମାମଲାର ସାକ୍ଷ୍ୟ ପ୍ରମାଣ ସାଙ୍ଗକୁ ପୋଲିସ ରିପୋର୍ଟ ପୀଡିତା ବୟାନକୁ ଭିତ୍ତି କରି ଫୁଲବାଣୀ ପୋସ୍କୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଅଭିଯୁକ୍ତ ଫେରୀବାଲା ଉତ୍ତର ପ୍ରଦେଶ ଫରିଦାପୁର ଅଂଚଳର ବସିର ସାହାକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୯ ଫେବ୍ରୁଆରୀ ୨୨ରେ ଅଭିଯୁକ୍ତ ସାହା ଦରିପାଲ ବିକ୍ରୀ କରିବାକୁ ଫିରିଙ୍ଗିଆ ଥାନା ଅଧୀନ ଏକ ଗ୍ରାମକୁ ଯାଇ ପୀଡିତ ଦିବ୍ୟାଙ୍ଗ ନାବାଳିକାଙ୍କ ଘରେ ପାଲ ରଖିବାଲାଗି ପଚାରିଥିଲା ? ହେଲେ ଘରେ କେହି ନାହାଁନ୍ତି, ପାଲ ରଖିବୁନି ବୋଲି କହିବାରୁ ପୀଡିତା ଏକା ଥିବା ଜାଣି ବସିର ପାଣି ଆଣିବାକୁ କହିଥିଲା, ପୀଡିତା ପାଣି ଆଣିବାକୁ ଗଲାବେଳେ ବସିର ଘରେ ପଶି ଦୁଷ୍କର୍ମ କରିଥିଲା । ପୀଡିତା ପାଟି କରିବାରୁ ବସିର ସେଠାରୁ ଫେରାର ହୋଇଯାଇଥିଲା । ହେଲେ ଗ୍ରାମବାସୀ ଓ ପୀଡିତା ପରିବାର ମିଶି ତାର ଏକ ସହଯୋଗୀକୁ କାବୁ କରି ଧରିଥିଲେ । ଏ ନେଇ ପୀଡିତା ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲା । ଫିରିଙ୍ଗିଆ ଥାନା ପୋଲିସ ୧୫/୧୯ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ବସିରକୁ କୋର୍ଟରେ ହାଜର କରାଇଥିଲା ।

hiranchal ad1
Leave A Reply

Your email address will not be published.

five + 18 =