ଶାଳୀକୁ ଅସଦାଚରଣ କରି ଜେଲ ଗଲେ ଭିଣୋଇ

0 32

ପାଟଣାଗଡ : ପାଟଣାଗଡ ଥାନା ଯୋଗିମୁଣ୍ଡା ଅଞ୍ଚଳର ଜଣେ ୨୧ ବର୍ଷିଆ ଯୁବତୀଙ୍କୁ ତାଙ୍କ ଭିଣୋଇ ଅସଦାଚରଣ କରୁଥିବା ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଭିଣୋଇ କୃଷ୍ଣା ମେହେର( ୩୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଭିଣୋଇଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି । ଯୁବତୀଙ୍କ ଅଭିଯୋଗ ମୁତାବକ ଅଭିଯୁକ୍ତ କ୍ରିଷ୍ଣା ତାଙ୍କ ବଡ ଭଉଣୀଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ସମୟାନୁକ୍ରମେ ଶାଳୀ ଓ ଭିଣୋଇଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ଭିଣୋଇ ଜଣକ ନିଜ ମୋବାଇଲରେ ଅସଙ୍ଗତ ଅବସ୍ଥାର ଏକ ଭିଡିଓ ଉତ୍ତୋଳନ କରି ନେଇଥିଲେ । ଏହି ଭିଡିଓ ଆଧାରରେ ସେ ତାଙ୍କ ଶାଳୀଙ୍କ ଅନିଚ୍ଛା ସତ୍ତେ୍ୱ ମଧ୍ୟ ବାରମ୍ବାର ସଂପର୍କ ସ୍ଥାପନ କରିଆସୁଥିଲେ ।ପରେ ଯୁବତୀ ଜଣକ ଏହାକୁ ବାରଣ କରିବାରୁ ଅଭିଯୁକ୍ତ ଭିଣୋଇ ସେହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଭୟଭୀତ କରିଆସୁଥିଲେ । ଯୁବତୀ ଜଣକ ନିରୁପାୟ ହୋଇ ଘଟଣା ସଂପର୍କରେ ପରିବାର ଲୋକଙ୍କୁ କହିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

5 × two =