ହରଭଙ୍ଗା ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ବିଶିଷ୍ଟ ସଂଗୀତକାରଙ୍କୁ ସମ୍ମାନିତ

0 358

ହରଭଙ୍ଗା ,୨୯/୧:- ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହୋତ୍ସବ ଆଜି ଚତୁର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ମା ରୁଦ୍ରକାଳୀଙ୍କୁ ପୂଜାର୍ଚ୍ଚନା ପରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଚତୁର୍ଥ ସନ୍ଧ୍ୟା ମଞ୍ଚ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ହରଭଙ୍ଗା ବ୍ଲକ ସରପଞ୍ଚ ସଭାପତି ତଥା କରଞ୍ଜକଟା ସରପଞ୍ଚ ନିହାର ଘୋଷ ଉପସ୍ଥିତ ଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ଲକର ସମସ୍ତ ସରପଞ୍ଚ ଉପସ୍ଥିତ ରହିଥିଲେ । ଏହି ମଞ୍ଚ କାର୍ଯ୍ୟକ୍ରମକୁ ସଂଜୀବ କୁମାର ସାହୁ ପରିଚାଳନା କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ବିଜୟା ନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବର ଚତୁର୍ଥ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ କଲେଜ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ, ନାଚ ଗୀତ ସହିତ ସୁନାମଧନ୍ୟ କଣ୍ଠଶିଳ୍ପୀ ଶତ୍ରୁଘ୍ନ ଲୁହାର ଓ ଜଳନ୍ଧର ବେହେରାଙ୍କୁ ସମ୍ମାନିତ କରାଯାଇଥିଲା ।

hiring

ଏହି ଦୁଇ ସଙ୍ଗୀତକାରଙ୍କ ସଙ୍ଗୀତ ଏବଂ କଳା ଓ କଳାକାର -ସମ୍ବଲପୁର, ଉକିଆ –କଣ୍ଟାମାଳଙ୍କ ସମ୍ବଲପୁରୀ ନାଚଗୀତରେ ଜନସାଧାରଣ ମୋହିତ ହୋଇଥିଲେ । ହରଭଙ୍ଗାର ଐତିହ୍ୟ ଓ ପରମ୍ପରାକୁ ଫେରାଇ ଆଣିବାପାଇଁ ଆୟୋଜିତ ହୋଇଥିବା ଏହି ମହୋତ୍ସବକୁ ଅତିଥିଗଣ ମହୋତ୍ସବ କମିଟି ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

hiranchal ad1
Leave A Reply

Your email address will not be published.

eighteen − 16 =