ଯୁବ ରେଡକ୍ରସ ପକ୍ଷରୁ ବିଶ୍ୱ କୁଷ୍ଠ ନିରାକରଣ ଦିବସ

0 30

ବୌଦ୍ଧ,୩୦/୧:- ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ ଆଜି ବିଶ୍ୱ କୁଷ୍ଠ ନିରାକରଣ ଦିବସ ମହାନଦୀ ବ୍ରିଜ ଛକ ପାଖରେ ଥିବା ସ୍ଥାନୀୟ କୁଷ୍ଠାଶ୍ରମରେ ପାଳିତ ହୋଇଯାଇଛି । ଯୁବ ରେଡକ୍ରସର ସମ୍ପାଦକ ଅଧ୍ୟାପକ ପ୍ରବିର କୁମାର ଦାସଙ୍କ ନେତୃତ୍ୱରେ ରେଡକ୍ରସ ସ୍ୱେଚ୍ଛାସେବୀ ଛାତ୍ରମାନେ ସେହି ଆଶ୍ରମରେ ପହଞ୍ଚିି ସେମାନଙ୍କର ହାଲଚାଲ ବୁଝିବାସହ ସେମାନଙ୍କ ପାଇଁ ହୋଇଥିବା ଦିବସ ବିଷୟରେ ବୁଝାଇଥିଲେ । ସମସ୍ତ ଅଧିବାସୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । କରୋନା ସମୟରୁ ପୋଷ୍ୟ କରିଥିବା ଯୁବ ରେଡ୍‌କ୍ରସ ସମାଜକୁ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି ଯେ କୁଷ୍ଠ ରୋଗୀ ଅସ୍ପୃଶ୍ୟ ନୁହଁନ୍ତି । କୁଷ୍ଠ ରୋଗ ଔଷଧ ଦ୍ୱାରା ନିଶ୍ଚୟ ଆରୋଗ୍ୟ ହେବ । କୁଷ୍ଠ ରୋଗର ଲକ୍ଷଣ ପ୍ରକାଶ ପାଇଲେ, ଦେହରେ ଛଉ ଦେଖାଦେଲେ ତାକୁ ନ ଲୁଚାଇ ଡାକ୍ତରଖାନାରେ ପରୀକ୍ଷା କରି ଏମ୍‌.ଡି.ଟି. ଔଷଧ ଖାଇଲେ ଏହି ରୋଗ ନିଶ୍ଚୟ ଭଲ ହେବ । ବର୍ଷା ଦିନରେ ପାଣି ପଶି ଯାଉଥିବାରୁ ସେମାନଙ୍କ ପାଇଁ ଯଥା ଶୀଘ୍ର ନୂତନ ଗୃହ ନିର୍ମାଣ କରାଯିବା ପାଇଁ ସେମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ପ୍ରମୋଦ କୁମାର ସାହୁ, ପାର୍ଥ ସାରଥି ମିଶ୍ର, ଜିତେନ୍ଦ୍ର ସାହୁ, ପ୍ରତ୍ୟୁଷ ଦାନୀ, ଆଲୋକ ପରିଡା ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

twenty + 7 =