ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଏଏସଆଇ ଗୋପାଳ ଦାସ ଚାକିରିରୁ ବହିଷ୍କୃତ

0 57

ଭୁବନେଶ୍ଵର: ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ଚାକିରିରୁ ବହିଷ୍କୃତ। ଝାରସୁଗୁଡା ଏସପି ସୋମବାର ଗୋପାଳଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଏହି ଆଦେଶନାମା ଆଜିଠୁ ଲାଗୁ ହୋଇଛି। ଏହା ପୂର୍ବରୁ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ତାଙ୍କୁ ଝାରସୁଗୁଡା କୋର୍ଟରେ ହାଜର କରାଯାଇ ସାତ ଦିନିଆ ରିମାଣ୍ଡ ଅବଧି ଆବେଦନ କରିବ କ୍ରାଇମବ୍ରାଞ୍ଚ।

hiring

ଅଭିଯୁକ୍ତ ଗୋପାଳ ବିରୁଦ୍ଧରେ ୩୦୨ ଦଫା ଏବଂ ୨୭(୧) ଆର୍ମସ ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି ଭିଜିଲାନ୍ସ। ଗୋପଳ ନିକଟରୁ ୯ ଏମ ଏମ ପିସ୍ତଲ ଏବଂ ୩ ଟି ଜୀବନ୍ତ ଗୁଳି ଜବତ ହୋଇଛି। ଫରେନ୍ସିକ ଯାଞ୍ଚ ପାଇଁ ଜବତ ସାମଗ୍ରୀ ପଠାଇଛି କ୍ରାଇମବ୍ରାଞ୍ଚ।

hiranchal ad1
Leave A Reply

Your email address will not be published.

13 − two =