ଫେବୃଆରୀ ୫ ରୁ ୯ ପର୍ଯ୍ୟନ୍ତ ପୁରୀରେ ଜାତୀୟ ସଫ୍ଟବଲ ଚମ୍ପିୟାନସିପ

0 49

ପୁରୀ : ଫେବୃଆରୀ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଜାତୀୟ ସଫ୍ଟବଲ ଚମ୍ପିୟାନସିପ ପୁରୀ ସ୍ପୋର୍ଟସ କଂପ୍ଲେକ୍ସ ଠାରେ ଅନୁଷ୍ଠିତ ହେବ । ଏହା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସଫ୍ଟବଲ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବ । ଏ ସମ୍ପର୍କରେ ଏକ ବୈଠକ ଆଜି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା । ଏହାକୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଚମ୍ପିୟାନସିପ ୫ ଦିନ ଧରି ଚାଲିବ । ଏଥିରେ ଦେଶର ବିଭିନ୍ନ ରାଜ୍ୟର ୨୪ ଗୋଟି ମହିଳା ଓ ୨୬ ଗୋଟି ପୁରୁଷ ଦଳ ଅଂଶ ଗ୍ରହଣ କରିବେ । ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା, ଖାଦ୍ୟ, ପରିମଳ ବ୍ୟବସ୍ଥା, ଗମନାଗମନ, କ୍ରୀଡାବିତଙ୍କ ସୁରକ୍ଷିତ ରହଣି, ସୁରକ୍ଷା ବ୍ୟବସ୍ଥା, ପ୍ରଚାର ପ୍ରସାର ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଏଡିଏମଓ ବିରଜା ଶଙ୍କର ରଥ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ଆରଟିଓ ରବିନ ପଟ୍ଟନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଘୁନାଥ ସେଠୀ, ଜିଲ୍ଲା କ୍ରିଡା ସଂସଦ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ଓଡିଶା ମୋ ପରିବାରର ସଂଯୋଜକ ଶୁଭାଶିଷ ଖୁଣ୍ଟିଆ, ସଫ୍ଟବଲ ସଂଘର ଯୁଗ୍ମ ସମ୍ପାଦକ ରାଜକିଶୋର ପଟ୍ଟନାୟକ, ସଦସ୍ୟ ସୌମିତ୍ର ହରିଚନ୍ଦନ, ଅରବିନ୍ଦ ଦାସ,ପ୍ରଶନ କୁମାର ରଥ, ଅନ୍ୟାନ୍ୟ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

five × 2 =