ନନ୍ଦାହାଣ୍ଡି ବ୍ଲକ ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

0 26

ନନ୍ଦାହାଣ୍ଡି,୩୦/୧:- ପୋଲିସ କର୍ମୀଙ୍କ ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ଓଡ଼ିଶାର ଦିବଙ୍ଗତ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠନେତା ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ଆଜି ନନ୍ଦାହାଣ୍ଡି ବ୍ଲକ ବିଜେଡି ସଭାପତି ତଥା ବିଧାୟକ ପ୍ରତିନିଧି ଦୟାନିଧି ବିଷୋୟୀଙ୍କ ଆହ୍ୱାନକ୍ରମେ ଏକ ଶୋକସଭା ବ୍ଳକ ପରିସରରେ ଥିବା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ବିଜୁ ଜନତା ଦଳର ସମସ୍ତ କର୍ମୀ ମର୍ମାହତ ହୋଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ଶୋକସଭାରେ ନନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ, ଉପାଧ୍ୟକ୍ଷ ସଦନ ଗୌଡ଼, ନନ୍ଦାହାଣ୍ଡି ବିଜୁ ଛାତ୍ର ସଭାପତି ପୁରନ୍ଦର ଭତ୍ରା, ଲେମ୍ପ ସଭାପତି ଲକ୍ଷ୍ମୀ ନାରାୟଣ ମାଝୀ , ଶିବଶଙ୍କର ପାଢୀ ଓ ଅନ୍ୟ ବିଜେଡି କର୍ମୀମାନେ ଉପସ୍ଥିତ ରହି ଦୁଇମିନିଟ ନିରବ ପ୍ରାର୍ଥନା କରିବାସହ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

19 − six =