ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର ପ୍ରଦାନ

0 84

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ପତ୍ର ବିଭିନ୍ନ ମନ୍ଦିର ମାନଙ୍କୁ ପ୍ରେରଣ କରାଯାଉଛି । ଆଜି ତ୍ରିଚିନ୍ନାପଲ୍ଲୀର ଶ୍ରୀରଙ୍ଗନାଥ ସ୍ୱାମୀ ମନ୍ଦିର, ବିଶାଖାପାଟଣା ସୀମାଞ୍ଚଳମ ମନ୍ଦିର,ଜଗନ୍ନାଥ ମନ୍ଦିର,ଦିଲ୍ଲୀର ଜଗନ୍ନାଥ ମନ୍ଦିର, ବିହାର ଗୟାଧାମ ବିଷ୍ଣୁପଦ ମନ୍ଦିର, ନାସିକ ର ତ୍ରୟମ୍ବକେଶ୍ୱର ମନ୍ଦିର, ଗୁଜରାଟର ନାଗେଶ୍ୱର ଜ୍ୟୋର୍ତିଲିଙ୍ଗ ମନ୍ଦିର, କେରଳର ଗୁରୁବାୟୁର ମନ୍ଦିର, ଦକ୍ଷିଣେଶ୍ୱର କାଳୀ ମନ୍ଦିର କୋଲକାତା, ଶ୍ରୀ ଶନୈଶ୍ୱର ଦେବସ୍ଥାନ ମହାରାଷ୍ଟ୍ର, ବାବା ବୈଦ୍ୟନାଥ ଧାମ ଝାଡଖଣ୍ଡରେ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା ।

hiring


ସେହିପରି ଓଡିଶା ମଧ୍ୟରେ କୋରାପୁଟ ଓ ନାରାୟଣ ପାଟଣାର ଜଗନ୍ନାଥ ମନ୍ଦିର, ଝାରସୁଗୁଡାର ଝାଡେଶ୍ୱରୀ ମନ୍ଦିର ଓ କୁକୁରଜଙ୍ଗାର ଜଗନ୍ନାଥ ମନ୍ଦିର, ସୁବର୍ଣ୍ଣପୁରର ପାତାଳୀ ଶ୍ରୀକ୍ଷେତ୍ର , ଦେବଗଡ଼ର ଗୋପାଳ ଜୀଉ ମନ୍ଦିର ଓ ମା ଝାଡେଶ୍ୱରୀ ମନ୍ଦିର, ନୂଆପଡାର ଯୋଗେଶ୍ୱର ମନ୍ଦିରରେ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି । ପ୍ରତ୍ୟେକ ସ୍ଥାନରେ ନିମନ୍ତ୍ରଣ ପତ୍ର ନେଇ ଯାଇଥିବା ସେବାୟତ ଓ ଅଧିକାରୀମାନଙ୍କୁ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହ ସ୍ୱାଗତ କରାଯାଇଛି ।

hiranchal ad1
Leave A Reply

Your email address will not be published.

five × two =