୨୦ତମ ତିଲେଶ୍ୱର କପ ବଲାଙ୍ଗୀର ଦଳକୁ ହରାଇ ସେମିରେ ଭୁବନେଶ୍ୱର

0 400

ହରଭଙ୍ଗା : ହରଭଙ୍ଗା ବ୍ଲକ ତିଳେଶ୍ୱର ହାଇସ୍କୁଲ ଖେଳ ପଡିଆରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପଞ୍ଚମ ଦିନରେ ପହଁଚିଛି । ପଞ୍ଚମ ଦିନ ଖେଳରେ ବଜରଙ୍ଗୀ କ୍ଲବ ଭୁବନେଶ୍ୱର ସହିତ ଜରାସିଂହା କ୍ଲବ ବଲାଙ୍ଗୀର ମଧ୍ୟ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ଭୁବନେଶ୍ୱର ଦଳ ଏକତରଫା ଭାବେ ୪-୦ ଗୋଲରେ ବଲାଙ୍ଗୀରକୁ ହରାଇ ବିଜୟୀ ହୋଇଥିଲା । ମୁଖ୍ୟ ରେଫରି ଭାବେ ଶେଷଦେବ ବେହେରା ଖେଳ ପରିଚଳନା କରିଥିବା ବେଳେ ଲାଇନମେନ ଭାବେ ସଲିଲ ବେହେରା, ପ୍ରତାପ ପ୍ରଧାନ ଏବଂ ଫୋର୍ଥ ରେଫର ଭାବେ ବଳରାମ ବେହେରା ଦାୟିତ୍ୱ ତୁଲାଇଥିଲେ । ଆଜିର ଖଳରେ ମୁଖ୍ୟ ଅତିଥି ଭାବେ ୭ ନମ୍ବର ଜୋନ୍‌ ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ସମ୍ମାନିତ ଅତିଥି ଭାବେ ସାମ୍ପୋଜ ସରପଞ୍ଚ କଲ୍ୟାଣୀ ପ୍ରଧାନ, ଅଞ୍ଚଳର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର ପ୍ରଧାନ, ପ୍ରମୁଖ ମଂଚାସୀନ ଥିଲେ । ଆସୋସିଏସନର ସଭାପତି ଅର୍ଜୁନ ପ୍ରଧାନ, ବିଜ୍ଞାନ କର୍ଣ୍ଣ, ଶୁଭ୍ରଜିତ ପ୍ରଧାନ, ନାରାୟଣ ମହାନ୍ତି, ବିକ୍ରମ ପ୍ରଧାନ, ବିକାଶ ମିଶ୍ର, ସିମୁନ ନାଏକ, ମିଟୁ ବେହେରା, ମହେଶ୍ୱର ମହାନ୍ତିଙ୍କ ସମେତ ଆସୋସିଏସନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

19 − 11 =