ସବୁ ପ୍ରୟାସ ନିଷ୍ଫଳ, ହୁତ୍‌ ହୁତ୍‌ ହୋଇ ଜଳୁଛି ଦଶପଲ୍ଲା ଜଙ୍ଗଲ

0 88

ଦଶପଲ୍ଲା : ତାପମାତ୍ରା ବୃଦ୍ଧି ସାଙ୍ଗକୁ ଦିନକୁ ଦିନ ବୃଦ୍ଧି ପାଉଛି ଜଙ୍ଗଲ ନିଆଁ । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବନବିଭାଗ ତରଫରୁ ସରକାରୀ ଓ ବେସରକାରୀ ସ୍ତରରେ ଗାଁ ଗାଁରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ,ବୈଠକ, ପ୍ରଚାର ପତ୍ର ବଣ୍ଟନ କରାଯାଉଥିଲେ ମଧ୍ୟ କିଏ ମହୁଲ ସଂଗ୍ରହ କରିବା ପାଇଁ ତ ପୁଣି କିଏ ପୋଡୁ ଚାଷ ଏବଂ ଅଙ୍ଗାର ସଂଗ୍ରହ ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ଜଣାପଡ଼ିଛି । ଦୈନିକ ଦଶପଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ବନବିଭାଗ ତରଫରୁ କୌଣସି ଆଖିଦୃଶିଆ ପଦକ୍ଷେପ ନେବାଭଳି ମନେ ହେଉନି । ଗତକାଲି ଅପରାହ୍ନରେ ଦଶପଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିଲାବେଳେ ବନବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରାଯାଉଛି । ତେବେ ଏହି ଅଗ୍ନିକାଣ୍ଡ ପାଇଁ ଜଙ୍ଗଲର ସବୁଜିମା ନଷ୍ଟ ହେବା ସହ ତାପମାତ୍ରା ବୃଦ୍ଧି ପାଉଛି । ବାୟୁମଣ୍ଡଳ ଦୂଷିତ ହେବା ସାଙ୍ଗକୁ ଏହା ବନ୍ୟଜନ୍ତୁଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି । ଏଥିପ୍ରତି ଜନସାଧାରଣ ସଚେତନ ହେବାକୁ ବନବିଭାଗ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

1 + 12 =