ବିଦ୍ୟାଳୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

0 29

ପାରଳାଖେମୁଣ୍ଡି : ସ୍ଥାନୀୟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଯାଜପୁରଠାରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରୋଦୋଷ କୁମାର ନାଇକଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଏହାର ଶୁଭରମ୍ଭ କରି ଜାତୀୟ ବିଜ୍ଞାନ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ବର୍ଷର ମୁଖ୍ୟ ବିଷୟ “ଗ୍ଲୋବାଲ ସାଇନନ୍ସ ଫୋର ଗ୍ଲୋବାଲ ୟେଲବିଙ୍ଗ ” ରହିଛି ବୋଲି କହିଥିଲେ । ତତ ସଙ୍ଗେ ସଙ୍ଗେ ନୋବେଲ ପୁରସ୍କାର ବିଜେତା ଓ ଭାରତ ରତ୍ନ ଉପାଧି ପାଇଥିବା ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କେଟ ରମଣଙ୍କ ରମଣ ପ୍ରଭାବ ଉପରେ ଗୁରତ୍ୱ ଆରୋପ କରି ଛାତ୍ର /ଛାତ୍ରୀ ମାନଙ୍କ ମନରେ ଲୁକୟିତ ବିଜ୍ଞାନ ଚିନ୍ତାଧାରାକୁ ଉଦ୍ରେକ କରିବା ପାଇଁ ଉତ୍ସାହିତ କରିଥିଲେ । ବିଜ୍ଞାନ କୁଇଜ ପ୍ରତିଯୋଗିତା କରି କୃତି ଛାତ୍ର /ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ବରିଷ୍ଠ ଶିକ୍ଷୟତ୍ରୀ ଚପଳା ପାଣିଗ୍ରାହୀ ଆଧୁନିକ ଯୁଗରେ ବିଜ୍ଞାନର ଅବଦାନ ଅତୁଳନୀୟ ବୋଲି କହିଥିଲେ । ଶିକ୍ଷୟତ୍ରୀ ବବିତା ପୁରୋହିତ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

three × two =