ଆଇଆରବି ଯବାନଙ୍କ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ଅଭିଯୋଗ, ପ୍ରେସକ୍ଳବ ପକ୍ଷରୁ ଏସପିଙ୍କୁ ଦାବିପତ୍ର

0 65

ଫୁଲବାଣୀ : ଦୈନିକ ହୀରାଞ୍ଚଳର କନ୍ଧମାଳ ପ୍ରତିନିଧି ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କୁ ଜଣେ ଆଇଆରବି ଯବାନ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି । ଏ ନେଇ ଜିଲ୍ଲା ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଲିଖିତ ଅଭିଯୋଗ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଛି । ଯାହା ଲିଖିତ ଅଭିଯୋଗ ରହିଛି ଗତ ୨୮/୧୨/ ୨୦୨୨ ତାରିଖ (ବୁଧବାର) ଦିନ ଫୁଲବାଣୀରେ ବିଶ୍ୱ ପୁରୁଷ ହକି କପକୁ ସ୍ୱାଗତ ଏବଂ ଏହାର ପ୍ରଦର୍ଶନୀ ଶୋଭାଯାତ୍ର ବେଳେ ସ୍ଥାନୀୟ ମାଦିକୁନ୍ଦା ଛକଠାରେ ଶୋଭାଯାତ୍ରାର ଖବର ସଂଗ୍ରହ କରୁଥିବା ବେଳେ ଫୁଲବାଣୀର ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କୁ ସେହି ଅବସରରେ ଡିୟୁଟିରେ ନିୟୋଜିତ ଥିବା ଜଣେ ଆଇଆରବି ଯବାନ, ଅଶାଳୀନ ବ୍ୟବହାର କରିବା ସହିତ ସମଗ୍ର ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ ମଧ୍ୟ ଅଶାଳୀନ ଭାଷା ପ୍ରୟୋଗ କରିଥିଲେ । ଏହାକୁ ବିରୋଧ କରି ସାମ୍ବାଦିକ ଆଦିତ୍ୟ ପୋଲିସ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିବାକୁ କହିବାରୁ,ତୁମେ ମୋ ନାରେ ଏସପିଙ୍କୁ ମଧ୍ୟ ଅଭିଯୋଗ କର ମୋର କେହି କିଛି କରିପାରିବେ ନାହିଁ ବୋଲି କହିଥିଲେ । ଫଳରେ ସେଠାରେ ଥିବା ଜନ ଗହଳି ମଧ୍ୟରେ କାର୍ଯ୍ୟରତ ସାମ୍ବାଦିକ ଆଦିତ୍ୟଙ୍କ ଅସମ୍ମାନ ହେବା ସହିତ ସମସ୍ତ ସାମ୍ବାଦିକ ମାନଙ୍କର ମଧ୍ୟ ଅସମ୍ମାନ ହୋଇଥିବା ନେଇ ଏସପିଙ୍କୁ ଅଭିଯୋଗ କରାଯାଇଛି । ପୋଲିସ ବିଭାଗ ଜନତାଙ୍କ ନିକଟତର ହେବାକୁ ଏବଂ ସେମାନଙ୍କ ସେବା କରିବା ଦିଗରେ ପ୍ରଚେଷ୍ଟା ଚଳାଇଥିବା ବେଳେ ଯବାନ ଜଣଙ୍କର ଏତାଦୃଶ ଅଶାଳୀନ ବ୍ୟବହାର ସହ ଆଇଆରବି ଜଣଙ୍କ ପୋଷାକରେ ନାମ ଫଳକ ନଥିବା,ଏବଂ ଜଣେ ଯବାନର କଥା ବାର୍ତ୍ତା ସଞ୍ଜମତା ଯେପରି ରହିବା କଥା ତାହା ତାଙ୍କ ବ୍ୟବହାରରେ ପରିଲକ୍ଷିତ ହୋଇ ନଥିଲା । ଯଦି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରତି ଯବାନଙ୍କ ଏହିଭଳି ଆଚରଣ, ତେବେ ସାଧାରଣ ଜନତାଙ୍କ ଉପରେ କିପରି ବ୍ୟବହାର କରୁଥିବେ ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ବୋଲି ସାମ୍ବାଦିକ ମହଲରେ ଆଲୋଚନା ହେଉଛି । ଏ ନେଇ ଜିଲ୍ଲା ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଓ ସମ୍ପାଦକ ପ୍ରଶାନ୍ତ ବେହେରାଙ୍କୁ ଅବଗତ କରାଇବା ପରେ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଏକ ଲିଖିତ ଅଭିଯୋଗ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲଙ୍କୁ ପ୍ରଦାନ କରାଯାଇଛି । ସେ ଲିଖିତ ଅଭିଯୋଗ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଅଗରୱାଲ ଏକ ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହି ଘଟଣା ଜାଣିବା ପରେ ବରିଷ୍ଠ ସାମ୍ବାଦିକ ତଥା କେ ଡି ଜେ ଏ ସଭାପତି ଡଃ ଅରୂପ କୁମାର ଜେନା, ଶିବାନନ୍ଦ ପଟ୍ଟନାୟକ, ଜୟସେନ ପରିଡା, ସାମାଜ ସେବୀ ଅଶୋକ କୁମାର ପରିଡା, ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ତଥା ଆଇନଜୀବୀ ସତ୍ୟ ନାରାୟଣ ବେହେରା, ଜିଲ୍ଲା ଓକିଲ ସଂଘ ସଭାପତି ବିଜୟ କୁମାର ମହାନ୍ତି ଓ ସମ୍ପାଦକ ଦୂର୍ଗା ଶଙ୍କର ପଟ୍ଟନାୟକ,ବାର ୱେଲଫେଆର ଅଧ୍ୟକ୍ଷ ହରିଶ୍ଚନ୍ଦ୍ର ମହାରଣା, ବରିଷ୍ଠ ବିଜୟ କୃଷ୍ଣ ପଟ୍ଟନାୟକ, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଭଗବାନ ମହାନ୍ତି, କନ୍ଧମାଳ ପିପୁଲ୍ସ ଫୋରମର ସଭାପତି ରାଧା ମୋହନ ମହାପାତ୍ର, କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ସଭାପତି ସୁନୀଲ ବିଶ୍ୱାଳ ଓ ସମ୍ପାଦକ ଡଃ ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ଘୋର ନିନ୍ଦା କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ, ବିରେନ୍ଦ୍ର ସୁବୁଦ୍ଧି, ସନ୍ତୋଷ ମିଶ୍ର, ଶିବ ବିଶ୍ୱାଳ, ପ୍ରଶାନ୍ତ କୁମାର ଜେନା, ରମେଶ ଚନ୍ଦ୍ର ପ୍ରଧାନ, ବୈଦ୍ୟନାଥ ବେହେରା, ଶିବ ନାୟକ, ପ୍ରତାପ ଦିଗାଲ, କ୍ଷିତିଶ ମଲିକ , ଅଚ୍ୟୁତାନନ୍ଦ ସେଠୀ, ଲଲିତ ମଲିକଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

10 + three =