ଟ୍ରକକୁ ବଞ୍ଚାଇବାକୁ ଯାଇ ଗଛରେ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ଯାତ୍ରୀ

0 55

ହରଭଙ୍ଗା : ପୁରୁଣା ବର୍ଷ ଯାଇ ନୂଆଁବର୍ଷ ଆସିବା ପୂର୍ବରୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ବସରେ ଥିବା ୪୦ ଯାତ୍ରୀ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଦେଖିବାକୁ ମିଳିଛି । ସୂଚନା ମତେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ହରେକୃଷ୍ଣପୁର ବ୍ରିଜ ନିକଟରେ ଏକ ମାଲ ବୋଝେଇ ଟ୍ରକକୁ ବଞ୍ଚାଇବାକୁ ଯାଇ (ସିଜି ୦୪-ଏ-୦୮୦୦)ନାମକ ଏକ ତୀର୍ଥଯାତ୍ରୀ ବସ ରାସ୍ତା କଡ଼ର ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ବସରେ ଥିବା ସମସ୍ତ ଯାତ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ବଞ୍ଚି ଯାଇଥିବା ପ୍ରକାଶ କରିଛନ୍ତି । ଏଥିରେ କୌଣସି ଯାତ୍ରୀ ଆହତ ହୋଇନଥିବା ବେଳେ ଖବର ପାଇ ଚାରିଛକ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ପହଁଚି ଥିଲା । ପ୍ରକାଶ ଯେ ଉକ୍ତ ତୀର୍ଥ ଯାତ୍ରୀ ବସଟି ପୁରୀ ଜଗନ୍ନାଥ ଦର୍ଶନ ସାରି ଛତିଶଗଡ଼ ରାୟପୁର ଫେରୁଥିବା ସମୟରେ ଶନିବାର ସକାଳ ୪ଟାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

ten + twelve =