ବସ୍‌-ଏସ୍‌ୟୁଭି ଧକ୍କା; ୯ ମୃତ, ୨୮ ଆହତ

0 80

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରେ ଗୁଜରାଟର ନବସାରୀ ଜିଲ୍ଲାରେ ଗୋଟାଏ ବସ୍‌ ଓ ଏସ୍‌ୟୁଭି ପରସ୍ପର ସହିତ ଧକ୍କା ଖାଇବାରୁ ୯ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ଆଉ ୨୮ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ସଂଗୃହୀତ ସୂଚନା ଅନୁସାରେ, ସୁରତରେ ଅନୁଷ୍ଠିତ ‘ପ୍ରମୁଖ ସ୍ବାମୀ ମହାରାଜ ଶତାବ୍ଦୀ ମହୋତ୍ସବ’ କାର୍ଯ୍ୟକ୍ରମରୁ ଲୋକ ନେଇ ଗୋଟାଏ ବସ୍ ଫେରୁଥିଲା। ନବସାରୀ ଜିଲ୍ଲା  ଦେଇ ପଡ଼ିଥିବା ୪୮ ନମ୍ବର ଜାତୀୟ ରାଜପଥରେ ଡ୍ରାଇଭର୍‌ଙ୍କର ହୃଦ୍‌ଘାତ ହେବାରୁ ସେ ବସ୍‌ ଉପରୁ ନିୟନ୍ତ୍ରଣ ହରାଇଲେ ଏବଂ ବସ୍‌ଟି ସେ ରାସ୍ତାରେ ଆସୁଥିବା ଏକ ‘ଟୋୟୋଟା ଫର୍ଚୁନର୍‌’ କାର୍‌ ସହିତ ଧକ୍କା ଖାଇଥିଲା। ଚିକିତ୍ସା ନିମନ୍ତେ ବସ୍‌ ଡ୍ରାଇଭର୍‌ଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଲା।

hiring

ସେହିପରି, ଧକ୍କା ଯୋଗୁଁ କାର୍‌ରେ ଥିବା ୯ଜଣଙ୍କ ମଧ୍ୟରୁ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବସ୍‌ଯାତ୍ରୀଙ୍କ ମଧ୍ୟରୁ ୨୮ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୧୧ଜଣଙ୍କୁ ଗୋଟାଏ ଘରୋଇ ଡାକ୍ତରଖାନାକୁ ନିଆଯାଇଛି। ଏହି ବିଳାସମୟ ବସ୍‌ଟି ସୁରତରୁ ବାଲସାଡ଼ ଅଭିମୁଖେ ଯାତ୍ରା କରୁଥିଲା।

ନବସାରୀ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଋଷିକେଶ ଉପାଧ୍ୟାୟ କହିଛନ୍ତି, ‘ଏସ୍‌ୟୁଭି’ଟି ବିପରୀତ ଦିଗରୁ ଆସୁଥିବା ବେଳେ ବେସ୍‌ମା ଗାଁ ନିକଟରେ ଦୁର୍ଘଟଣା ଘଟିଛି। ‘ଏସ୍‌ୟୁଭି’ର ଯାତ୍ରୀମାନେ ହେଉଛନ୍ତି ଗୁଜରାଟ ଅଳଙ୍କେଶ୍ବରର ବାସିନ୍ଦା ଓ ସେମାନେ ସେମାନଙ୍କର ନିଜ ବାସସ୍ଥାନ ବାଲ୍‌ସାଡ଼କୁ ଫେରୁଥିଲେ। ବସ୍‌ର ଯାତ୍ରୀମାନେ ବାଲ୍‌ସାଡ଼ରୁ ଫେରୁଥିଲେ।

hiranchal ad1
Leave A Reply

Your email address will not be published.

5 × two =