ପ୍ରକାଶ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ, ଫୁଲବାଣୀ ଚାମ୍ପିୟନ

0 62

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ ଦ୍ୱାରା ଆୟୋଜିତ ୧୩ତମ ପ୍ରକାଶ ସ୍ମାରକ କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ପୁରୁଣାକଟକ ଓ ଫୁଲବାଣୀ ପିଙ୍କ ଡ୍ରାଗନ ମୁହାମୁହିଁ ହୋଇଥିଲେ । ଏଥିରେ ଫୁଲବାଣୀ ଦଳ ବିଜୟୀ ହୋଇ ଏହି ଟୁର୍ଣ୍ଣାମେଣ୍ଟର ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା । ଏହି ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ଏହା ଚଳିତ ୨୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଏହା ଉଦ୍‌ଯାପିତ ହୋଇଥିଲା । ଚାମ୍ପିୟନ ଫୁଲବାଣୀ ଦଳକୁ ୨୦ହଜାର ଓ ରନର୍ସ ଅଫ ଦଳ ପୁରୁଣାକଟକକୁ ୧୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।

hiring


ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ସରପଞ୍ଚ ଅଜିତ କୁମାର ପ୍ରଧାନ ଓ ଯୁବନେତା ବିଜ୍ଞାତ ବେହେରା ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା ସୁବ୍ରତ ପ୍ରଧାନ କରିଥିଲେ ଓ ଖେଳକୁ ସୁଧାଂଶୁ ପ୍ରଧାନ ଏବଂ ପ୍ରତାପ ସାହୁ ପରିଚାଳନା କରିଥିଲେ । ଖେଳ ବିବରଣୀ ରମାକାନ୍ତ ପ୍ରଧାନ ଓ ମିଲନ ମହାକୁଡ଼ ପ୍ରଦାନ କରିଥିଲେ । ଟିଙ୍କୁ ସାହୁ ସ୍କୋରର ଦାୟିତ୍ୱ ତୁଲାଇଥିବା ବେଳେ କୁମୁଦ ସାହୁ, ପ୍ରତାପ ସାହୁ, ସୁନୀଲ, ପିଣ୍ଟୁ ସାହୁ, ରତି ରଞ୍ଜନ ପଟ୍ଟନାୟକ, ସମୟ ପ୍ରଧାନ, ଶର୍ମା ବେହେରା, ସୁନୀଲ ସାହୁ, ରାକେଶ ଭୋଇ, କିରଣ ଭୋଇ, ଦିବୁନି ସାହୁ, ବୁବୁନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

ten + 5 =