ବିଭିନ୍ନ ଦାବି ନେଇ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

0 39

ପାରଳାଖେମୁଣ୍ଡି: ଅଲ୍‌ ଓଡିଶା ଅଙ୍ଗନବାଡ଼ି ଲେଡିସ ୱାକର୍ସ ଆସୋସିଏସନ ପକ୍ଷରୁ ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ ପଞ୍ଚାୟତର ଅଙ୍ଗନବାଡ଼ି କର୍ମୀମାନେ ମୋହନା ବ୍ୟାଙ୍କ୍‌ ନିକଟରେ ଏକତ୍ରିତ ହୋଇ ଶତାଧିକ କର୍ମୀ ବିଶାଳ ଶୋଭାଯାତ୍ରା ବାହରି ହାତରେ ପ୍ଲାକାର୍ଡ ଧରି ୮ ଦଫା ଦାବୀର ସ୍ଲୋଗାନ ଦେଇ ସମ୍ମାନିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ । ଆଠ ଦଫା ଦାବୀ ଗୁଡିକ ହେଲା ତୁରନ୍ତ ସରକାର ଅଙ୍ଗନବାଡ଼ି ସ୍କିମକୁ ଉଚ୍ଛେଦ କରି ସ୍ଥାୟୀ ମାନ୍ୟତା ପ୍ରଦାନ, ସର୍ବ ନିମ୍ନ ବେତନ ବୃଦ୍ଧି, ମିନି ଆଙ୍ଗନବାଡ଼ି କର୍ମୀଙ୍କୁ ମୁଖ୍ୟ ଅଙ୍ଗନବାଡ଼ି କର୍ମୀର ମାନ୍ୟତା, ଗରମ ରନ୍ଧା ଖାଦ୍ୟର ଦର୍‌ ବୃଦ୍ଧି ଓ ଅବସର ପରେ କର୍ମୀଙ୍କ ପେନସନ ଲାଗୁ କରିବା, ଅଙ୍ଗନୱାଡ଼ି କର୍ମୀ କାର୍ଯ୍ୟରତ ସମୟର ମୃତ୍ୟୁ ବରଣ କରିଲେ ପରିବାରର ଜଣକୁ ଚାକିରି ଦେବା ଆଦି ଦାବି କରିଛନ୍ତି । ସରକାର ଯେ ପର୍ଯ୍ୟନ୍ତ ଦାବି ପୂରଣ ନ କରନ୍ତି, ଏହି ଆନ୍ଦୋଳନ ସହ ଗଣଧାରଣା ଜାରି ରହିବ ବୋଲି ସଙ୍ଘ ତରଫରୁ ଜଣା ପଡ଼ିଛି ।

hiranchal ad1
Leave A Reply

Your email address will not be published.

3 × five =