ମିଡିଆ ଉପରେ ବର୍ଷିଲେ ଅକ୍ଷୟ ପରିଜା

0 52

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଆଜି ପୁଣି ଥରେ ଇଡିରେ ହାଜର ହୋଇଛନ୍ତି ।  ତେବେ ଇଡିରେ ହାଜର ବେଳେ କିଛି ଗଣମାଧ୍ୟମ ଉପରେ ଅକ୍ଷୟ ପରିଜା ବର୍ଷିଛନ୍ତି । 

ସେ କହିଛନ୍ତି ଯେ କିଛି ଚ୍ୟାନେଲ ଦାୟିତ୍ୱହୀନ ଭାବେ ଖବର ପରିବେଷଣ କରୁଛନ୍ତି ।  ଯାହା ନାମରେ ଖବର କରୁଛନ୍ତି ସେ ଆପଣଙ୍କ ସମ୍ପର୍କୀୟ ହୋଇପାରନ୍ତି ।  ସେ ଆପଣଙ୍କ ଭାଇ, ବାପା, ମାମୁଁ ଓ ଦାଦା ହୋଇପାରନ୍ତି ।  ମୁଁ ପୀଡ଼ିତ, ଏଭଳି ମିଥ୍ୟା ଖବର ପରିବେଷଣ ଠିକ ନୁହେଁ ।  ସମସ୍ତଙ୍କୁ ମୁଁ କୋର୍ଟକୁ ନେଇପାରେ ବୋଲି ଅକ୍ଷୟ ପରିଜା କହିଛନ୍ତି ।

hiring

ସୂଚନାଯୋଗ୍ୟ, ଆଜି ଇଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ବି ହାଜର ହୋଇଥିବା ବେଳେ ତାଙ୍କୁ ବି ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରୁଛନ୍ତି ଇଡି। ତେଣୁ ଆଜି ଶ୍ରଦ୍ଧାଞ୍ଜଳି, ଅକ୍ଷୟ ପରିଜା ଓ ଖଗେଶ୍ୱରଙ୍କ ମଧ୍ୟରେ ମୁହାଁମୁହିଁ ଜେରା ହେବାର ସମ୍ଭାବନା ଥିବା ଶୁଣିବାକୁ ମିଳୁଛି। ଏହା ଦ୍ୱାରା ବହୁ ଗୁମର ଉପରୁ ପରଦା ହଟିବା ନେଇ ଆଲୋଚନା ହେଉଛି। ପୂର୍ବରୁ ସେମାନଙ୍କ ମଧ୍ୟରେ କି ସମ୍ପର୍କ ଥିଲା, ଟଙ୍କା ନେଣଦେଣ ହୋଇଛି କି ଏ ନେଇ ଇଡି ଘାଣ୍ଟିବ ବୋଲି ଜଣାଯାଇଛି।

ତେବେ ଇଡି କାର୍ଯ୍ୟାଳୟରୁ ଫେରିଲେ ସବୁ କହିବେ ବୋଲି କହିଛନ୍ତି ଅକ୍ଷୟ ପରିଜା।

hiranchal ad1
Leave A Reply

Your email address will not be published.

18 − 14 =