ନନ୍ଦାହାଣ୍ଡିରେ ପାଳିତ ହେଲା ଶିଶୁଙ୍କ ପାଇଁ ଦିନ ଟିଏ

0 101

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସ୍ଥିତ ସଭାଗୃହ ଠାରେ ଆଜି ବ୍ଲକସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ ତ୍ରୈମାସିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଶୋରୀ ସଶକ୍ତିକରଣ, ବାଲ୍ୟବିବାହ ଉଚ୍ଛେଦ ଓ ଶିଶୁ ଶ୍ରମିକ ନିରାକରଣ ସହ ଜଣେ ଶିଶୁର ନିର୍ବିଘ୍ନରେ ସାମଗ୍ରୀକ ବିକାଶ ପାଇଁ ଅତିଥିମାନେ ସଚେତନ କରାଇଥିଲେ । ବିଭିନ୍ନ ଜାତିଆଣ ସମାଜର କର୍ମକର୍ତ୍ତାମାନଙ୍କୁ ନିମନ୍ତ୍ରଣ କରି ତାଙ୍କ ନିଜ ନିଜ ସମାଜରେ ଏହିସବୁ କୁପ୍ରଥାରୁ ଦୂରେଇ ରହିବା ପାଇଁ ଓ ପ୍ରତ୍ୟେକ ଲୋକଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁମିତା ଦେବୀ ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ, ସମ୍ମାନନୀୟ ଅତିଥି ଭାବେ ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ଶଙ୍କର ମୁର୍ମୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର କହଁର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍ତମା ହରିଜନ, ଜିପିଇଓ ମୋଜେସ ଫେଡ୍ରିକ ନାଗ, ଅଙ୍ଗନବାଡ଼ି ସୁପରଭାଇଜର ସ୍ୱର୍ଣ୍ଣପ୍ରଭା ଦାସ, ଶିକ୍ଷା ବିଭାଗର ବିଆରଟି ସୁରଜ କୁମାର ପାତ୍ର ସମେତ ବ୍ଲକ ଶିଶୁ ବିକାଶ ପ୍ରକଳ୍ପର କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଯେକୌଣସି ସମୟରେ ମଧ୍ୟ ଶିଶୁମାନଙ୍କ ପ୍ରତି ଅନ୍ୟାୟ, ଅତ୍ୟାଚାର, ଶୋଷଣ କିମ୍ବା ଅନୈତିକ କାର୍ଯ୍ୟରେ ନିୟୋଜିତ ହୋଇ ଶିଶୁ ଅଧିକାର କ୍ଷୁର୍ଣ୍ଣ ହେଉଥିଲେ, ଆମେ ସମସ୍ତେ ମିଶି ତାକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ୍ଷମତା ପରିସରରେ ଥିବା ସାହାଯ୍ୟ ସହଯୋଗ ଯୋଗାଇ ଦେବୁ ବୋଲି ସିଡିପିଓ ପ୍ରତିଶ୍ରୁତି ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − 18 =