ଦେଓମାଳିରେ ଲାଗିଲା ୧୪୪ ଧାରା :
ସନ୍ଧ୍ୟା ପରେ ବୁଲିବା ମନା

0 41

କୋରାପୁଟ: କୋରାପୁଟ ଜିଲ୍ଲାରେ ଥିବା ଦେଓମାଳି ପର୍ବତରେ ରାତ୍ରିଯାପନ କିମ୍ବା ସଂଧ୍ୟା ପରେ ବୁଲିବା ଉପରେ କଟକଣା ଲଗାଯାଇଛି । କୋଟାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଦେଓମାଳି ପର୍ବତକୁ ବୁଲିବାକୁ ଆସିଥିବା ଅନେକ ପର୍ଯ୍ୟଟକ ସେଠାରେ ଟେଣ୍ଟ ପକାଇ ରାତ୍ରି ଯାପନ କରିଥାନ୍ତି । ଏହାସହ ନିଆଁ ଜାଳି କ୍ୟାମ୍ପ୍‌ ଫାୟାର ପାଳନ କରିଥାନ୍ତି । ଏହା ଫଳରେ ଦେଓମାଳିର ପ୍ରାକୃତିକ ପରିବେଶ ଉପରେ ପ୍ରଭାବ ପଡିବା ସହ ପରିବେଶ ପ୍ରଦୂଷଣର ଆଶଙ୍କା ରହିଛି । ଏହାକୁ ନେଇ କୋରାପୁଟ ଜିଲ୍ଲାପାଳ ଅବଦଲ ଅଖତର ଏହି ନିଷେଧାଦେଶ ଜାରି କରିଛନ୍ତି । ରାତ୍ରିଯାପନକୁ ବାରଣ କରିବା ସହ ଆସନ୍ତା ୬୦ ଦିନ ପର୍ଯ୍ୟନ୍ତ ରାତି ୯ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ସେହି ଅଞ୍ଚଳରେ ୧୪୪ ଧାରା ଲଗାଯାଇଛି । ରାତି ଚଳପ୍ରଚଳକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତ କିଛିଦିନ ଧରି ଅନେକ ଅସାମାଜିକ ବ୍ୟକ୍ତି ଦେଓମାଳି ପର୍ବତରେ ଟେଣ୍ଟ ପକାଇ ରାତ୍ରି ଯାପନ କରୁଥିବା ସହ ମନ ଇଚ୍ଛା କେମ୍ପ ଫାୟାର ଆୟୋଜନ କରୁଥିବା ଦେଖାଯାଇଛି ।

hiranchal ad1
Leave A Reply

Your email address will not be published.

six + five =