କାରଖାନାରେ ଭୟାବହ ଅଗ୍ନିକାଣ୍ଡ :
ଚାଲିଗଲା ୩୬ ଜୀବନ

0 65

ନୂଆଦିଲ୍ଲୀ: ଚୀନରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ହେନାନ ପ୍ରାନ୍ତରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏକ କାରଖାନାରେ ନିଆଁ ଲାଗିବା ଯୋଗୁ ପ୍ରାୟ ୩୬ଜଣଙ୍କ ମୃତ୍ୟୁ ହୋଇଛି । ଭୟାବହ ଅଗ୍ନିକାଣ୍ଡରେ ୨ଜଣ ଆହତ ହୋଇଥିବାବେଳେ ୨ଜଣ ନିଖୋଜ ରହିଛନ୍ତି । ଅଗ୍ନିଶମ ବାହିନୀ ୪ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି । ଚୀନ୍‌ ମିଡିଆ ରିପୋର୍ଟ ଅନୁଯାୟୀ, ହେନାନର ଓ୍‌ବେନଫାଙ୍ଗ ଜିଲ୍ଲାରେ ଏହି ଅଗ୍ନିକାଣ୍ଡ ଘଟିଛି । ସୋମବାର ଏକ ରସାୟନିକ ଉଦ୍ୟୋଗ କମ୍ପାନୀରେ ନିଆଁ ଲାଗିଥିଲା । କ୍ଷଣକ ମଧ୍ୟ ପୂରା ଫ୍ୟାକ୍ଟ୍ରି ନିଆଁର ଆଁ ମଧ୍ୟକୁ ଆସିଯାଇଥିଲା । ଖବର ପାଇ ୬୦ଟି ଦମକଳ ବାହିନୀ ୪ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲା । ନିଆଁ ଲାଗିବା ସମୟରେ କାରଖାନା ଭିତରେ ପ୍ରାୟ ୨୦୦ରୁ ଅଧିକ କର୍ମଚାରୀ ଥିଲେ । ଏମାନଙ୍କ ମଧ୍ୟରୁ ୩୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ୨ଜଣ ଏବେବି ନିଖୋଜ ଅଛନ୍ତି । ୨୦୧୫ ମସିହାରେ ମଧ୍ୟ ଚୀନରେ ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ତିଆଁଜିନ୍‌ର ରସାୟନିକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା । କାରଖାନାରେ ବିସ୍ଫୋରଣ ହେବା ଫଳରେ ୧୭୩ଙ୍କ ମୃତ୍ୟୁ ହୋଇଥିଲା ।

hiranchal ad1
Leave A Reply

Your email address will not be published.

four × three =