ଡିସେମ୍ବର ୧ରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ

0 31

ନୂଆଦିଲ୍ଳୀ,୨୨/୧୧: ରାଷ୍ଟ୍ରପତି ଭବନକୁ ସାଧାରଣ ଲୋକଙ୍କୁ ମିଳିବ ପ୍ରବେଶ । ଡିସେମ୍ବର ୧ ଠାରୁ ସାଧାରଣ ଲୋକଙ୍କ ପାଇଁ ରାଷ୍ଟ୍ରପତି ଭବନ ସପ୍ତାହରେ ୫ ଦିନ ଖୋଲା ରହିବ । ସପ୍ତାହରେ ବୁଧବାର,ଗୁରୁବାର,ଶୁକ୍ରବାର,ଶନିବାର ଏବଂ ରବିବାର ରାଷ୍ଟ୍ରପତି ଭବନ ବୁଲିପାରିବେ । ଏହା ସହ ସମୟ ମଧ୍ୟ ଧାର୍ଯ୍ୟ କରାଯାଇଛି । ସକାଳ ୧୦ରୁ ୧୧, ୧୧ ରୁ ୧୨, ୧୨ ରୁ ୧ ଟା ଏବଂ ୨ ଟାରୁ ୩ଟା ସମୟ ରହିବ । ରାଷ୍ଟ୍ରପତି ଭବନ ବ୍ୟତୀତ ଲୋକେ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ପରିସରକୁ ଯାଇପାରିବେ । ପ୍ରତି ଶନିବାର ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନ ପରିସରରେ ଚେଞ୍ଜ ଅଫ୍‌ ଗାର୍ଡ ସମାରୋହ ମଧ୍ୟ ଦେଖିପାରିବେ । ଏଥିପାଇଁ ୱେବସାଇଟରେ ସ୍ଲଟ୍‌ ଅନଲାଇନ ବୁକ୍‌ କରିବାକୁ ହେବ । ରାଷ୍ଟ୍ରପତି ଭବନର ତିନିଟି ସ୍ଥାନ ଦେଖିବାକୁ ସାଧରଣ ଲୋକଙ୍କୁ ଅନୁମତି ରହିଛି । ପ୍ରଥମତଃ ରାଷ୍ଟ୍ରପତି ଭବନର ପ୍ରଥମ ସର୍କିଟ୍‌,ଯେଉଁଥିରେ ଦର୍ଶକଙ୍କୁ ରାଷ୍ଟ୍ରପତି ଭବନର ମୁଖ୍ୟ ବିଲ୍ଡିଂ,ଅଶୋକ ହଲ୍‌,ଦରବାର ହଲ୍‌, ଲାଇବ୍ରେରୀ, ଡ୍ରଇଂ ରୁମ୍‌, ଆଦି ଦେଖିପାରିବେ । ଦ୍ୱିତୀୟ ସର୍କିଟରେ ମ୍ୟୁଜିୟମ ରହିଛି । ଏଥିରେ ଆପଣଙ୍କୁ ରାଷ୍ଟ୍ରପତି ଭବନର ମ୍ୟୁଜିୟମ ଦେଖାଯାଇଥାଏ । ତୃତୀୟ ସର୍କିଟ୍‌ ଗାର୍ଡରେ ମୋଗଲ ଗାର୍ଡେନ ରହିଛି । ଏଥିରେ ରାଷ୍ଟ୍ରପତି ଭବନର ବଗିଚା ଦେଖାଯାଇଥାଏ ।

hiranchal ad1
Leave A Reply

Your email address will not be published.

15 − four =