ଉତ୍ତରାଞ୍ଚଳ ଆରଡିସିରେ ବୌଦ୍ଧଜିଲ୍ଲା ସାମିଲ ହୋଇଥିବାରୁ ନାଗରିକ କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

0 57

ବୌଦ୍ଧ,୨୨/୧୧: ଗତକାଲି ରାଜ୍ୟସରକାରଙ୍କ ଦ୍ୱାରା ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସମ୍ବଲପୁରଙ୍କ ଅଧିନକୁ ନେବା ବିଷୟ ଘୋଷଣା କରିଥିବାରୁ ବୌଦ୍ଧ ନାଗରିକ କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନାଗରିକ କମିଟି ସଂପାଦକ ବିଶେଶ୍ୱର ପୃଷ୍ଟିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏକ ବୈଠକରେ ନାଗରିକ କମିଟିର ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ବୌଦ୍ଧଜିଲ୍ଲା ଗଠନ ହେବାପରେ ବୌଦ୍ଧ ନାଗରିକ କମିଟି ତରଫରୁ ବୌଦ୍ଧ ଜିଲ୍ଲାକୁ ଦ କ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତରୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତକୁ ସାମିଲ କରିବାପାଇଁ ବିଭିନ୍ନ ସମୟରେ ଦାବି କରାଯାଇ ଆସୁଥିଲା । ବୌଦ୍ଧ ନାଗରିକ କମିଟିର ଦାବିକୁ ସମ୍ମାନ ଜଣାଇ ପଶ୍ଚିମ ଓଡିଶାର ଅବସରପ୍ରାପ୍ତ ବରିଷ୍ଠ ପଦାଧିକାରୀଙ୍କ ସମ୍ମିଳିତ ଅନୁଷ୍ଠାନ ପଶ୍ଚିମଓଡିଶାର ବିଚାର ମଞ୍ଚ ମେ ୨୦୦୭ରେ ମୁଖ୍ୟମନ୍ତ୍ରୀଙ୍କ ଠାରେ ବୌଦ୍ଧ ଜିଲ୍ଲାକୁ ସମ୍ବଲପୁର ରାଜସ୍ୱ ଆୟୁକ୍ତ ଅଧୀନକୁ ନେବାକୁ ଦୃଢଦାବି ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ତ୍ୱରିତ ପଦକ୍ଷେପ ନିଆଯାଇଥିଲା । ଯାହାର ଫଳସ୍ୱରୁପ ଜୁଲାଇ ୨୦୦୭ରେ ପତ୍ର ପ୍ରେରଣ କରି ରାଜସ୍ୱ ପରିଷଦ ଓଡିଶାଙ୍କ କାର୍ଯ୍ୟାଳୟ ତରଫରୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ, ସମ୍ବଲପୁର ଓ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବ୍ରହ୍ମପୁରଙ୍କ ଠାରୁ ମତାମତ ଆହ୍ୱାନ କରାଯାଇଥିଲା । ଉଭୟ ଆୟୁକ୍ତଙ୍କ ଦ୍ୱାରା ବୌଦ୍ଧ ଜିଲ୍ଲାପାଳଙ୍କ ଠାରୁ ଏ ସଂପର୍କରେ ମତାମତ ଆହ୍ୱାନ କରାଯାଇଥିଲା । ବୌଦ୍ଧ ଜିଲ୍ଲାପାଳ ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧୀନକୁ ନେବାକୁ ଉପଯୁକ୍ତ ମତାମତ ରଖିଥିଲେ । ସର୍ବଶେଷ ପଦକ୍ଷେପ ଥିଲା ୨୦୧୩ ମସିହାରେ ତକ୍ରାଳୀନ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢୀ ବୌଦ୍ଧ ଜିଲ୍ଲା ସଙ୍ଗେସଙ୍ଗେ ନୂଆପଡା ଓ କଳାହାଣ୍ଡି ଜିଲ୍ଲାକୁ ମଧ୍ୟ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଅଧିନକୁ ନେବାପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ତକ୍ରାଳୀନ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଲକ୍ଷ୍ମୀନାରାୟଣ ନାୟକ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ମତାମତ ସହ ଏକମତ ବୋଲି ରାଜ୍ୟ ସରକାରଙ୍କୁ ଜଣାଇଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ନିରବତା ଯୋଗୁଁ ନାଗରିକ କମିଟି ବୌଦ୍ଧ ତରଫରୁ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ନିଜର ଦାବି ଜଣାଇ ଆସିଥିଲେ । ଶେଷରେ ଘୋଷଣାରେ ଅହେତୁକ ବିଳମ୍ବ ଦେଖି ନାଗରିକ କମଟି ତରଫରୁ ଗତବର୍ଷ ନଭେମ୍ବର ୧୦ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣଧାରଣା ଦିଆଯାଇଥିଲା । ଦଳମତ ନିର୍ବିଶେଷରେ ସବୁ ଦଳ ଓ ସମସ୍ତ ବର୍ଗର ପ୍ରତିନିଧିମାନେ ଯୋଗ ଦେଇଥିଲେ । ବିଭିନ୍ନ ସମୟରେ ଜିଲ୍ଲା ଓକିଲ ସଂଘ ତରଫରୁ ମଧ୍ୟ ଏହି ଦାବି ସଂପର୍କରେ ସାମ୍ବାଦିକ ସମ୍ମିଳନୀ ଓ ବିଭିନ୍ନ ଫୋରମରେ ଏହି ଦାବିକୁ ଉପସ୍ଥାପନା କରାଯାଇଥିଲା । ଦୀର୍ଘ ବର୍ଷ ପରେ ଏବଂ ଉଭୟ ରାଜସ୍ୱ ଆୟୁକ୍ତଙ୍କ ସମାନ ମତ ପୋଷଣ କରାଯିବାର ପ୍ରାୟ ୯ ବର୍ଷ ପରେ ରାଜ୍ୟ ସରକାର ଅଞ୍ଚଳର ସ୍ୱାଭିମାନ ଦାବୀକୁ ସମ୍ମାନ ଦେଇଥିବାରୁ ନାଗରିକ କମିଟି ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛିି ।

hiranchal ad1
Leave A Reply

Your email address will not be published.

seventeen − four =