ଆଜିଠୁ ନୂଆଗାଁରୁ ପୁରୀକୁ ଚାଲିବ ସବୁଦିନିଆ ଟ୍ରେନ୍‌

0 261

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ନୂଆଗାଁ ଷ୍ଟେସନରୁ ଆଜି (ଗୁରୁବାର) ଠାରୁ ପୁରୀକୁ ଗଡ଼ିବ ଟ୍ରେନ । ନୂଆଗାଁରୁ ୮ଟା ୧୦ ମିନିଟ୍‌ ଏବଂ ନୟାଗଡ଼ ଟାଉନରୁ ୮ଟା ୪୭ ମିନିଟ୍‌ରେ ଛାଡ଼ି ପୁରୀରେ ୧୨ ଟା ୧୫ ମିନିଟ୍‌ରେ ପହଞ୍ଚିବ । ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କ ସନ୍ଧ୍ୟା ଦର୍ଶନ ସାରି ପୁରୀରୁ ୭ ଟା ୫୦ ମିନିଟ୍‌ ସମୟରେ ଟ୍ରେନରେ ବସିବେ । ସେହିପରି ଭୁବନେଶ୍ୱର- ନୂଆଗାଁ ସ୍ପେଶାଲ ପାସେଞ୍ଜର ଟ୍ରେନ୍‌ ଗୁରୁବାର ଭୁବନେଶ୍ୱରଠାରୁ ସକାଳ ୯ଟା ୨୫ ମିନିଟ୍‌ ପରିବର୍ତ୍ତେ ୯ ଟା ୪୦ ମିନିଟ୍‌ରେ ଛାଡ଼ିବ ବୋଲି ନୟାଗଡ଼ ଷ୍ଟେସନ ମ୍ୟାନେଜର ସଞ୍ଜୟ ପ୍ରଧାନ ସୂଚନା ଦେଇଥିବା ଜଣାପଡ଼ିଛି । ଖବର ପ୍ରସାରିତ ହେବା ପରେ ନୂଆଗାଁ ବ୍ଲକ୍‌ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଭରିଯାଇଛି । କିଛିଦିନ ହେବ ନୂଆଗାଁରୁ ପୁରୀ ଯାଉଥିବା ଟ୍ରେନ୍‌ ବନ୍ଦ ଥିବା ଯୋଗୁ ଜଗନ୍ନାଥଙ୍କ ଦର୍ଶନରୁ ଭକ୍ତମାନେ ବଞ୍ଚିତ ହେଉଥିଲେ । ଏଥର ପ୍ରତିଦିନ ପ୍ରଭୁ ଜଗନ୍ନାଥଙ୍କ ସନ୍ଧ୍ୟା ଦର୍ଶନ କରିବାର ସୁଯୋଗ ମିଳିପାରିବ ବୋଲି ଭକ୍ତମାନେ ମତ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

9 + 3 =