ଗଞ୍ଜେଇ ଭର୍ତ୍ତି ବୋଲେରୋ ଜବତ,ଦୁଇ ଚାଲାଣକାରୀ ଗିରଫ

0 380

ବାଲିଗୁଡ଼ା: କନ୍ଧମାଳରେ ଥମୁନି ଗଞ୍ଜେଇ ଚୋରାଚାଲାଣ । ବାହାର ଜିଲ୍ଲାକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ପୋଲିସ୍‌ । ୧୦୪ କେଜି ଗଞ୍ଜେଇ ସହ ବୋଲେରୋ ଜବତ, ଦୁଇ ଚାଲାଣକାରୀ ଗିରଫ । ସୂଚନା ପ୍ରକାରେ ବାଲିଗୁଡ଼ା ଥାନା ପୋଲିସ୍‌ ସବ୍‌ ଇନ୍ସପେକ୍ଟର ଆସୁତୋଷ ପାଇକରାୟ ନିଜ ଟିମ୍‌ ସହ ପେଟ୍ରୋଲିଂ କରୁଥିବା ସମୟରେ ମିଡ଼ିଆକିଆ ଅଞ୍ଚଳରୁ ଏକ ବୋଲେରୋ ଦ୍ରୁତ ଗତିରେ ବାଲିଗୁଡ଼ା ଆଡ଼କୁ ଯାଉଥିବା ବେଳେ ମିଡ଼ିଆକିଆ ନିକଟରେ ବୋଲେରୋକୁ ଅଟକାଇ ଯାଞ୍ଚ୍‌ କରିଥିଲା ପୋଲିସ୍‌ । ବୋଲେରୋରେ ଥିବା ୧୦୪ କେଜି ଗଞ୍ଜେଇ ସହ ଚାଲାଣରେ ବ୍ୟବହୃତ ବୋଲେରୋ ଗାଡ଼ିକୁ ଜବତ କରିବା ସହ ଘଟଣାରେ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡ଼ା ପୋଲିସ୍‌ । ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ବାଲିଗୁଡ଼ା ଥାନା ସଲାକିଆ ଅଞ୍ଚଳର ବିରାଜ ଦିଗାଲ ହୋଇଥିବା ବେଳେ ଅନ୍ୟ ଜଣକ ଖୋର୍ଦ୍ଧା ଅଞ୍ଚଳର କାହ୍ନା ରଣା ହୋଇଥିବା ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି । ଜବତ ଗଞ୍ଜେଇ ମିଡ଼ିଆକିଆ ଅଞ୍ଚଳରୁ ଖୋର୍ଦ୍ଧା ଜିଲ୍ଲାକୁ ଚୋରାଚାଲାଣ ହେଉଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ସେପଟେ ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୋଲିସ୍‌ ପକ୍ଷରୁ ପେଟ୍ରୋଲିଂ କଡ଼ାକଡ଼ି କରାଯାଇଥିବା କହିଛନ୍ତି ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ୍‌ ।

hiranchal ad1
Leave A Reply

Your email address will not be published.

sixteen − 3 =