୧୧୫ ଗ୍ରାମ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

0 78

ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ କାକଟପୁର ଥାନା ଅଧୀନ ବାଉରିପୋଖରୀଠାରେ ଚଢ଼ାଉକରି ୪୩ ବର୍ଷୀୟ ଉପେନ୍ଦ୍ର ଦାସଙ୍କୁ ଗିରଫ କରି ତାଙ୍କ ଠାରୁ ୧୧୫ ଗ୍ରାମ ବ୍ରାଉନସୁଗାର ସହ ବିକ୍ରୟ ଲବ୍ଧ ରାଶି ୧୦୦୦ ଟଙ୍କା ଜବତ କରିଛନ୍ତି । ଅଭିଯୁକ୍ତକୁ ନିମାପଡା ଅବକାରୀ ଥାନା କେସ ନଂ -୪୪/୨୨-୨୩ରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ- କକ୍ଷରଗକ୍ଷରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୧୧,୫୦,୦୦୦/-ଟଙ୍କାରୁ ଉଦ୍ଧ୍ୱର୍ ହେବ । ଏହି ଚଢ଼ାଉରେ ଅବକାରୀ କର୍ମଚାରୀ ସବିତା ସାହୁ,ଆଶିଷ କୁମାର ପ୍ରଧାନ, ତପନ ପ୍ରଧାନ, ଜିତେନ୍ଦ୍ର ବେହେରା,ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

seventeen + eighteen =