କଳିଙ୍ଗା ଘାଟିରେ କାର ଓ ବୋଲେରୋ ମୁହାମୁହିଁ ଧକ୍କା, କାର ଚୁର୍‌ମାର୍‌

0 233

ଘୁ ଉଦୟଗିରି : କଳିଙ୍ଗା ଘାଟିରେ ଆଜି ସକାଳେ ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଆଜି ସକାଳେ ବୁଗୁଡ଼ାରୁ ଫୁଲବାଣୀ ଓଡି ୦୨ଏକ୍ସ ୫୩୮୩ ନମ୍ୱର୍‌ ବିଶିଷ୍ଟ ଇଣ୍ଡିଗୋ କାର ଯାଉଥିବା ବେଳେ ବିପରୀତ ଦିଗରୁ ଏକ ବୋଲେରୋ ଡାଲା ଗାଡି ଓଡି ୦୫ବିଏ ୨୪୦୧ ନମ୍ୱର୍‌ ବିଶିଷ୍ଟ ଗାଡି କଟକ ଯାଉଥିବା ସମୟରେ କଳିଙ୍ଗା ଘାଟିର ଆରମ୍ଭ ପରେ ପରେ କୌଣସି କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଏଥିରେ କାହାର କିଛି କ୍ଷତି ହୋଇ ନ ଥିବା ବେଳେ କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର୍‌ ହୋଇଯାଇଛି ଓ ମାକ୍ସ ବୋଲେରୋ ଗାଡ଼ି ମଧ୍ୟ ସମ୍ମୁଖ ଭାଗ ଡ୍ରାଇଭର ସାଇଡ ନଷ୍ଟ ହୋଇଯାଇଛି । ଦୁଇଟି ଗାଡି ଅଚଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି ।ତେବେ କାହାର ମଧ୍ୟ ଦୁର୍ଘଟଣାରେ କ୍ଷତି ହୋଇନାହିଁ । ସେପଟେ ତୁହାକୁ ତୁହା ବର୍ଷା ହେଉଥିବା ବେଳେ ଦୁର୍ଘଟଣା ଗାଡ଼ିଗୁଡ଼ିକୁ ସେଠାରୁ ସ୍ଥାନାନ୍ତର ନିମନ୍ତେ କୌଣସି ସୁବିଧା ହୋଇ ପାରୁନଥିବା ସୂଚନା ଦେଇଛନ୍ତି ଚାଳକ ।

hiranchal ad1
Leave A Reply

Your email address will not be published.

18 − 7 =