ଓଡ଼ିଶା ହାଇକୋର୍ଟରେ ଆଉ ୨ ନୂଆ ବିଚାରପତି ନିଯୁକ୍ତ

0 49

କଟକ,୧୨/୦୮: ଓଡ଼ିଶା ହାଇକୋର୍ଟରେ ଆଉ ଦୁଇ ନୂଆ ବିଚରପତିଙ୍କୁ ଆଜି ନିଯୁକ୍ତ କରାଯାଇଛି । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଷ୍ଟିସ୍‌ ଗୌରୀ ଶଙ୍କର ଶତପଥୀ ଏବଂ ଜଷ୍ଟିସ୍‌ ଚିତ୍ତ ରଞ୍ଜନ ଦାସଙ୍କୁ ନିଯୁକ୍ତ କରାଯାଇଥିବା ଆଇନ୍‌ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାଯାଇଛି । ଦୁଇ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ କରାଯାଇଥିଲା । ସୁପ୍ରିମ୍‌କୋର୍ଟ କଲେଜିୟମ ପକ୍ଷରୁ ଗୌରୀ ଶଙ୍କର ଶତପଥୀ ଓ ଚିତ୍ତ ରଞ୍ଜନ ଦାସଙ୍କ ନାଁ ସୁପାରିଶ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

fourteen − 1 =