୨୦୨୩ରୁ ମହିଳା ଆଇପିଏଲ୍‌

0 45

ମୁମ୍ବାଇ : ଆସନ୍ତା ବର୍ଷ ୨୦୨୩ ମାର୍ଚ୍ଚ ମାସରୁ ଆରମ୍ଭ ହେବ ମହିଳା ଆଇପିଏଲ । ଏ ନେଇ ବିସିସିଆଇର ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି । ପ୍ରଥମ ମହିଳା ଆଇପିଏଲ ୫ଟି ଦଳକୁ ନେଇ ଖେଳାଯାଇପାରେ । ଦଳ ସଂଖ୍ୟା ୬ ମଧ୍ୟ ହୋଇପାରେ । ଆସନ୍ତା ବର୍ଷ ଫେବ୍ରୁଆରି ୯ରୁ ୨୬ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ୍‌ ପରେ ଏହି ଆଇପିଏଲ ଆରମ୍ଭ ହେବ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହା ମଧ୍ୟ ପୂର୍ବରୁ ମହିଳା ଆଇପିଏଲ ଆରମ୍ଭ ହେବା ସଂପର୍କରେ ସଂକେତ ହେଇଥିଲେ । ଗଣମାଧ୍ୟମକୁ ଗାଙ୍ଗୁଲି କହିଥିଲେ ଯେ ମହିଳା ଆଇପିଏଲ ଆରମ୍ଭ ପାଇଁ ୨୦୨୩ ଏକ ଭଲ ସମୟ ହେବ । ପୁରୁଷ ଆଇପିଏଲ ପରି ଏହା ମଧ୍ୟ ବେଶ ଲୋକପ୍ରିୟ ହେବ ବୋଲି ତାଙ୍କର ଆଶା ।

hiranchal ad1
Leave A Reply

Your email address will not be published.

twenty + 8 =