ସ୍ୱେଚ୍ଛାସେବୀ ସମିତି ବୁଟୁପାଲି ତରଫରୁ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

0 125

ବୌଦ୍ଧ,୧୨/୮- ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ବୁଟୁପାଲିସ୍ଥିତ ଶ୍ରୀଶ୍ରୀ ରାଧାକୃଷ୍ଣ ମନ୍ଦିରରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଡାକ୍ତର ସୁଦର୍ଶନ ମେହେର ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ସମ୍ପଦ କୁମାର ଅଗ୍ରୱାଲ ଆଇନଜୀବୀ ରଘୁନାଥ ମେହେର ଓ ନାରାୟଣ ମେହେର ଯୋଗଦେଇଥିଲେ । ସର୍ବପ୍ରଥମେ ଅତିଥିଙ୍କ ଦ୍ୱାରା କବି ଗଙ୍ଗାଧର ମେହରଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ଓ ମାଲ୍ୟାର୍ପଣ କଲାପରେ ସଭାପତି ମିନୁ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାରେ ପ୍ରତିଷ୍ଠାତା ଇନ୍ଦ୍ରମଣି ମେହେର ସ୍ୱାଗତ ଭାଷଣ ଦେବାସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ରାମଚନ୍ଦ୍ର ମେହେର, ରମେଶ ପ୍ରଧାନ, ସନ୍ତୋଷ ମେହେର, ମକୁଦ୍ଦ ମେହେର, ଅର୍ଜୁନ ମେହେର, ସାମରୁ ମେହେର, ଶେଷଦେବ ମେହେର, ନିମେଇଁ ମେହେର, ବିକାଶ ମେହେର ସହଯୋଗ କରିଥିବା ବେଳେ ସହସଂପାଦକ ସନ୍ତୋଷ ମେହେର ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

nineteen − nine =