ସ୍ୱାଧୀନତା ଦିବସ ପାଇଁ ଜାରିହେଲା କରୋନା ଗାଇଡଲାଇନ୍‌

0 25

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ସ୍ଥିତିରେ ଗତି କରୁଛି । ସ୍ୱାଧୀନତା ଦିବସ ଉତ୍ସବରେ ଲୋକଭିଡ଼ ହେବ,ଯାହା ସଂକ୍ରମଣ ବୃଦ୍ଧି ଘଟାଇପାରେ । ଏହାକୁ ଦୃଷ୍ଟିରେ ରଖି ସ୍ୱାଧୀନତା ଦିବସ ପାଇଁ ଆଜି ସ୍ୱତନ୍ତ୍ର ଗାଇଡଲାଇନ୍‌ ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍ୱାଧୀନତା ଦିବସ ପାଳନ ସମୟରେ ବଡ ସମାବେଶରୁ ଦୂରେଇ ରହିବାକୁ କେନ୍ଦ୍ର ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛି । । ଏଥିସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ହାତକୁ ପରିଷ୍କାର କରିବା ପାଇଁ ମଧ୍ୟ କେନ୍ଦ୍ର ଅନୁରୋଧ କରିଛି । ଚଳିତ ସପ୍ତାହରେ ଦିଲ୍ଲୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ନିୟମ ଉଲଂଘନ କଲେ ୫୦୦ ଟଙ୍କା ଜରିମାନା ଦେବାକୁ ହେବ । ଉଲ୍ଲେଖଯୋଗ୍ୟ ଯେ ଗତ ୨୪ ଘଣ୍ଟା ମଧ୍ୟରେ ୧୬,୫୬୧ଟି କୋଭିଡ୍‌ ଭାଇରସ ଚିହ୍ନଟ ହୋଇଛି । ଏଥିସହ ୪୯ ମୃତ୍ୟୁ ରେକର୍ଡ କରାଯାଇଛି ।

hiranchal ad1
Leave A Reply

Your email address will not be published.

twelve − three =