ଘରଭଡା ଉପରେ ଲାଗିବ ୧୮ ପ୍ରତିଶତ ଜିଏସଟି

0 48

ନୂଆଦିଲ୍ଲୀ: ଘରଭଡ଼ା ନେଉଥିବା ବ୍ୟକ୍ତି କିମ୍ବା ସଂସ୍ଥାମାନଙ୍କୁ ଆଗକୁ ଏବାବଦରେ ଅିକ ଟଙ୍କା ଗଣିବାକୁ ପଡ଼ିବ । କାରଣ ଏଣିକି ଘରଭଡ଼ା ଉପରେ ଲାଗିବ ଦ୍ରବ୍ୟ ଓ ସେବା କର(ଜିଏସଟି) । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ,୧୮ ପ୍ରତିଶତ ଜିଏସଟି ଲାଗୁ ହେବ । ଆସନ୍ତା ଜୁଲାଇ ୧୮ରୁ ନୂଆ ଜିଏସଟି ନିୟମ ଲାଗୁ ହେବ । କିନ୍ତୁ ଏହି ଜିଏସଟି ସବୁ ଘର ଭଡାଟିଆଙ୍କୁ ଦେବାକୁ ପଡିବନି । କେବଳ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ଘର ଉପରେ ଜିଏସଟି ଲାଗିବ । ଶୁକ୍ରବାର ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । କୌଣସି ଘରୋଇ (ପ୍ରାଇଭେଟ) ଲୋକ ତଥା ବ୍ୟକ୍ତିଗତ ବ୍ୟବହାର ପାଇଁ ଏହି କର ଲାଗୁ ହେବ ନାହିଁ । ପ୍ରାଇଭେଟ କିମ୍ବା ବ୍ୟକ୍ତିଗତ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିଲେ ସେମାନଙ୍କୁ ବାଦ ଦିଆଯିବ । ବ୍ୟବସାୟିକ ଉଦ୍ଦେଶ୍ୟରେ ଘର ଭଡା କାରବାର ନେଇ ଜିଏସଟିରେ ପଞ୍ଜିକରଣ କରିବାକୁ ନୂଆ ନିୟମ ହୋଇଛି । ଘର ମାଲିକ କିମ୍ବା ଜମି ମାଲିକଙ୍କୁ ଏହି ଜିଏସଟି ଦେବାକୁ ପଡିବନି । ରିଜର୍ଭ ଚାର୍ଜ ମେକାନିଜିମ ଅଧୀନରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡିବ । ବ୍ୟବସାୟିକ କ୍ଷେତ୍ରରେ ବ୍ୟକ୍ତିଙ୍କ ବାର୍ଷିକ ସ୍ଥିରୀକୃତ ଟର୍ଣ୍ଣଓଭର ଅନୁଯାୟୀ ଏହି ଜିଏସଟି ସ୍ଥିର ହେବ । ଏହି ନୂଆ ନିୟମ କମ୍ପାନୀ ତଥା ଯେଉଁମାନେ ଘର ଭଡା ନେଇ ବ୍ୟବସାୟ ଚଳାଉଛନ୍ତି,ସେମାନଙ୍କ ଉପରେ ପ୍ରଭାବ ପକାଇବ । ବିଶେଷ କରି ବ୍ୟବସାୟିକ ଉଦ୍ଦେଶ୍ୟରେ ଅଫିସ ଓ ଗୋଦାମ ଘର ପାଇଁ ନେଇଥିବା ଘର ଉପରେ ଜିଏସଟି ଲାଗିବ ।

hiranchal ad1
Leave A Reply

Your email address will not be published.

14 + eleven =