କେଳାକଟା ଗୋବର୍ଦ୍ଧନ ପାହାଡ଼ରେ ବୃକ୍ଷ ରକ୍ଷାବନ୍ଧନ ଉତ୍ସବ ପାଳିତ

0 107

ବୌଦ୍ଧ,୧୨/୮- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ କେଳାକଟାସ୍ଥିତ ଗୋବର୍ଦ୍ଧନ ପାହାଡରେ ବିଶିଷ୍ଟ ଗୋସେବିକା ତାରକାନ୍ତି ପଟେଲଙ୍କ ଦ୍ୱାରା ଗୋମୟରେ ଏକ ବୃହତ ରାକ୍ଷୀ ପ୍ରସ୍ତୁତ କରି ବୃକ୍ଷ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରକ୍ଷାବନ୍ଧନ ଉତ୍ସବରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ସମ୍ମାନିତ ଅତିଥିଭାବେ ଅଧ୍ୟାପକ ପ୍ରବୀର କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କର୍ ଅଧିକାରୀ ରୀତାକାନ୍ତି ବଳିଆରସିଂ, ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ଆର୍କିଟେକ ସୁମନ ଷଡ଼ଙ୍ଗୀ, ମଥୁରା ଗ୍ରାମ ପଂଚାୟତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଦୁଃଖିଶ୍ୟାମ ଗାଈଗୌରିଆ, ମଥୁରା ସରପଞ୍ଚ ପ୍ରଦୀପ କୁମାର କହଁର, ସାମ୍ବାଦିକ ନରେନ୍ଦ୍ର କୁମାର ସାହୁ ଯୋଗଦେଇ ଏପରି ଅଭିନବ ପ୍ରୟାସ କରି ପରିବେଶ ସୁରକ୍ଷା, ଗୋସୁରକ୍ଷା, ବିଷମୁକ୍ତ ଚାଷ, ପଲିଥିନମୁକ୍ତ ଓ ନିଶା ନିବାରଣ ନିମନ୍ତେ ଉପସ୍ଥିତ ଅତିଥି ଓ ଶିକ୍ଷକମାନେ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ମଥୁରା ଗ୍ରାମପଂଚାୟତ ହାଇସ୍କୁଲର ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ର, ଛାତ୍ରୀମାନେ ଅଂଶଗ୍ରହଣ କରି ଗୋଟିଏ ଲେଖାଏଁ ଗଛକୁ ରାକ୍ଷୀ ବାନ୍ଧି ପୋଷ୍ୟ ଗ୍ରହଣ କରି ଯତ୍ନନେବାକୁ ଶପଥ ନେଇଥିଲେ । ଶେଷରେ ଏ ଉପସ୍ଥିତ ଅତିଥି, ଶିକ୍ଷକ, କର୍ମଚାରୀ, ଛାତ୍ର ଛାତ୍ରୀ ମାନଙ୍କୁ ଆୟୋଜକ କୃତ୍ତିବାସ ପଲିଆ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସାକାରକରିବା ପାଇଁ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ଆନନ୍ଦ ଚରଣ ପ୍ରଧାନ, ପ୍ରଫୁଲ୍ଲ ପ୍ରସାଦ ପ୍ରଧାନ, ପ୍ରହ୍ଲାଦ ପ୍ରସାଦ ପ୍ରଧାନ, ଅଭିମନ୍ୟୁ ଜେନା, ଗୋବର୍ଦ୍ଧନ ପ୍ରଧାନ, ତ୍ରିନାଥ ରାଉଳ, ବିଦାୟବନ୍ଧୁ ପୁରୋହିତ, ଶେଷଦେବ ଗାଈଗୌରିଆ, ଧ୍ରୁବଚରଣ ସାହୁ, ମହାଦେବ ପ୍ରଧାନ ଓ ରଞ୍ଜନ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen + 10 =