ପାୱାର ଟ୍ରିଲର୍‌ ଦୁର୍ଘଟଣାରେ ଜଣେ ଗୁରୁତର

0 119

ଘୁ ଉଦୟଗିରି: ଘୁ ଉଦୟଗିରି ଥାନା ଅନ୍ତର୍ଗତ ଗଦଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ମାହାଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଶାନ୍ତନୁ ନାୟକ(୬୦) ନାମକ ଜଣେ ବ୍ୟକ୍ତି ନିଜ ବିଲରେ ପାୱାର ଟ୍ରିଲର୍‌ରେ ହଳ କରିବା ପାଇଁ ସକାଳେ ବାହାରିଥିଲେ ।ବିଲ ନିକଟକୁ ପହଞ୍ଚିବା ପୂର୍ବରୁ ବିଲ ହୁଡ଼ାରେ ଭାରସାମ୍ୟ ହରାଇ ପାୱାର ଟ୍ରିଲର୍‌ ଓଲଟିବା ଫଳରେ ଚାଳକ ଶାନ୍ତନୁ ଗୁରୁତର ଭାବେ ଆହତ ହୋଇଥିଲେ । ଖବର ପାଇ ପରିବାର ଲୋକେ ତାଙ୍କୁ ତୁରନ୍ତ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ ଓ ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ସହ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନନ୍ତରିତ କରିଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

7 + two =