ଭିଜିଲାନ୍ସ ପଞ୍ଝାରେ ଡିଏଫଓ ଅଫିସ୍‌ର ବରିଷ୍ଠ କିରାଣୀ, ୨୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ

0 48

ଖଡ଼ିଆଳ:ନୂଆପଡ଼ା ଜିଲ୍ଲା ଖଡିଆଳ ଭିଜିଲାନ୍ସ ପଞ୍ଝାରେ ଡିଏଫଓ ଅଫିସ୍‌ର ବରିଷ୍ଠ କିରାଣୀ ସଞ୍ଜୟ କୁମାର ବାଗ । ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍‌ । ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ପେନସନ କରାଇ ଦେବା ବାବଦକୁ ଲାଞ୍ଚ ଦାବି କରିଥିଲେ ବରିଷ୍ଠ କିରାଣୀ । ବୁଧବାର ଯୋଜନାବଦ୍ଧ ଭାବରେ ଲାଞ୍ଚ ନେଉଥିବା ସମୟରେ କୋରାପୁଟ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛି । ସୂଚନାନୁଯାୟୀ, ଗତ ୨୦୧୯ରୁ ଖଡ଼ିଆଳ ବନ ବିଭାଗ ଫରେଷ୍ଟ ଗାର୍ଡ ବିନୋଦିନୀ କୈବର୍ତ୍ତ ମାନସିକ ଅସୁସ୍ଥ ହୋଇଥିଲେ । ଏଥିପାଇଁ ଗତ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ବିନୋଦିନୀ କାର୍ଯ୍ୟରେ ଯୋଗ ଦେଇନଥିଲେ । ଗତ ବର୍ଷ ବିଭାଗ ତରଫରୁ ବିନୋଦିନୀଙ୍କୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ ନେଇଥିଲେ । ହେଲେ ବିନୋଦିନୀଙ୍କୁ ପେନସନ ମିଳିନଥିଲା । ଏହି ପେନସନ କାଗଜପତ୍ରର ପ୍ରକ୍ରିୟାକରଣ ପାଇଁ ଖଡ଼ିଆଳ ଡିଏଫଓ ଅଫିସ ବରିଷ୍ଠ ସହାୟକ ଶ୍ରୀ ବାଗ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ବିନୋଦିନୀଙ୍କ ଭାଇ ମନୋଜ କୈବର୍ତ୍ତ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ବିନୋଦିନୀଙ୍କ ଭାଇ ମନୋଜ ଡିଏଫଓ ଅଫିସରେ ବରିଷ୍ଠ ସହାୟକ ଶ୍ରୀ ବାଗଙ୍କୁ ପେନସନ କାଗଜପତ୍ରର ପ୍ରକ୍ରିୟାକରଣ ପାଇଁ ୨୦ ଟଙ୍କା ଲାଞ୍ଚ ଦେଉଥିଲେ । ଏହି ସମୟରେ ଜୟପୁର ଓ ଭବାନୀପାଟଣା ମିଳିତ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲେ । ସେଠାରେ ଡିଏଫଓ ଅଫିସର ବରିଷ୍ଠ ସହାୟକ ଶ୍ରୀ ବାଗଙ୍କୁ ଲାଞ୍ଚ ନେବାବେଳେ ଧରିଥିଲେ । ମଧ୍ୟାହ୍ନରେ ଡିଏଫଓ ଅଫିସ ଓ ଲୋହରାପାଲି ସ୍ଥିତ ବାସ ଭବନରେ ଭିଜିଲାନ୍ସ ଏକ କାଳୀନ ଚଢ଼ାଉ କରିଥିଲା । ଏବେ ଶ୍ରୀ ବାଗଙ୍କ ସମ୍ପତ୍ତିର ତଦନ୍ତ ଜାରି ରହିଛି । ଏହି ଚଢ଼ାଉରେ ଜୟପୁର ଓ ଭବାନୀପାଟଣା ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି ।
ଲାଞ୍ଚ କାରବାର ନେଇ ଭିଜିଲାନ୍ସ ବିଭାଗ ଯେତେ କଠୋର ହେଲେ ମଧ୍ୟ ସୁଧୁରୁ ନାହାଁନ୍ତି ଲାଞ୍ଚୁଆ ଓ ଜିଦଖୋର୍‌ ଅଫିସର । ନିଜ ପଦ ପଦବୀର ଅପବ୍ୟବହାର କରି ସାଧାରଣ ଲୋକଙ୍କୁ ଲୁଟିଛନ୍ତି ଏହି ବଡ଼ ବଡ଼ିଆ ବାବୁ । ମଙ୍ଗଳବାର ଲାଞ୍ଚ କାରବାର ନେଇ ଭିଜିଲାନ୍ସ ଚେତାବନୀ ଦେଇଥିଲା । ଉଭୟ ଲାଞ୍ଚ ଦେଉଥିବା ଏବଂ ନେଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରିଥିଲା ।

hiranchal ad1
Leave A Reply

Your email address will not be published.

5 × 1 =