ବିଶ୍ୱ ତମାଖୁ ବର୍ଜନ ଦିବସ,
ବାଲୁକାକଳାରେ ସଚେତନତାର ବାର୍ତ୍ତା

0 325

ପୁରୀ:ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ଏହି ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ଏକ ସୁନ୍ଦର ବାଲୁକାକୃତି କରି ସଚେତନତାର ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନଙ୍କ ଦ୍ୱାରା ନିର୍ମିତ ବାଲୁକାକଳାରେ ତମାଖୁ ସେବନ ଦ୍ୱାରା ମଣିଷ ଶରୀର ଉପରେ କିଭଳି ପ୍ରଭାବ ପଡିଥାଏ,ତାହାର ଜ୍ୱଳନ୍ତ କଳାକୃତି ପ୍ରଦର୍ଶିତ କରିଛନ୍ତି । ତମାଖୁ ସେବନ ଦ୍ୱାରା କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ ଓ ଶରୀର ଉପରେ ଏହାର କୁପ୍ରଭାବ ପଡିଥାଏ । ତେଣୁ ସୁଦର୍ଶନ ତାଙ୍କ ବାଲୁକାକଳା ମାଧ୍ୟମରେ ଏହାର ଭୟାବହତା ଦର୍ଶାଇବା ସହ SAY NO TO TOBACCOର ସଚେତନତା ବାର୍ତ୍ତା ଦେଇଛନ୍ତି । ସୁଦର୍ଶନଙ୍କ ଦ୍ୱାରା ନିର୍ମିତ ଏହି ବାଲୁକାକଳାକୁ ଦେଖିବା ପାଇଁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

20 − 20 =