ଦୁଇ ଦିନ ପାଇଁ ପାଇକମାଲ ବନ୍ଦ ଡାକରା

0 42

ପଦ୍ମପୁର: ୩ ଦଫା ଦାବି ପୂରଣ ନିମନ୍ତେ ଆଜିଠାରୁ ୪୮ ଘଣ୍ଟା ଅର୍ଥାତ ଆସନ୍ତା ଦୁଇ ଦିନ ପାଇଁ ପାଇକମାଲ ବନ୍ଦ ଡାକରା ଦିଆଯାଇଛି। ଏହା ମଧ୍ୟରେ ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପାଇକମାଳ ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି। ୩ ପ୍ରମୁଖ ଦାବି ମଧ୍ୟରେ ପାଇକମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏରିଆ ହସ୍ପିଟାଲ ଘୋଷଣା, ପାଇକମାଳକୁ ବିଜ୍ଞପିତ ପରିଷଦ ଅଞ୍ଚଳ ଘୋଷଣା ଓ ପଦ୍ମପୁରକୁ ଜିଲ୍ଲା ଘୋଷଣା ନିମନ୍ତେ ଦାବି ହୋଇଛି। ସ୍ଥାନୀୟ ଅଞ୍ଚଳର ଅନେକ ସଂଗଠନ ଓ ସଂଘର କର୍ମକର୍ତ୍ତା ଏହି ବନ୍ଦରେ ସାମିଲ ହୋଇଛନ୍ତି। ବନ୍ଦ ଯୋଗୁଁ ସମସ୍ତ ଦୋକାନ ବଜାର ,ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ତେବେ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଛି ।

hiranchal ad1
Leave A Reply

Your email address will not be published.

seven + 18 =