ଅଜଣା ଗାଡି ଧକ୍କାରେ ଯୁବକ ମୃତ

0 112

ଦଶପଲ୍ଲା : ୫୭ନଂ ଜାତୀୟ ରାଜପଥର ଦଶପଲ୍ଲା-ବାଣୀଗୋଛା ରାସ୍ତାର ଟାକରା ଘାଟିଠାର ଗତକାଲି ରାତି ୮ଟା ସମୟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଯୁବକ ଜଣକ ଦଶପଲ୍ଲା ଏନଏସି ଅନ୍ତର୍ଗତ ନାହାକପଡାର ନାରାୟଣ ବେହେରାଙ୍କ ପୁତ୍ର ରଂଜିତ ବେହେରା(୨୭) ବୋଲି ଜଣାପଡିଛି । ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ରଞ୍ଜିତ ଙ୍କୁ ଚିକିତ୍ସା ପାଇଁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା,ହେଲେ ଅବସ୍ଥା ଖୁବ୍‌ ଗୁରୁତର ଥିବାରୁ ତାକୁ ଭୁବନେଶ୍ୱର ଏମସ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିବାବେଳେ, ବାଟରେ ତାଙ୍କର ମତ୍ୟୁ ହୋଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

13 − nine =