ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

0 31

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ଥିବା କତିଙ୍ଗିଆ ପଞ୍ଚାୟତର ଟିଆଙ୍ଗିଆ ଏମଇ ସ୍କୁଲ୍‌ ପରିସର ମଧ୍ୟରେ ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତଯୋଗିତା ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବିଭିନ୍ନ ଖେଳକୁଦ ଯଥା କବାଡି,ଖୋ ଖୋ,ଫୁଟବଲ,ଓ ବେଡ୍‌ ବ୍ୟାଣ୍ଟନ ଖେଳ ପ୍ରତିଯୋଗିତାରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ ଏବଂ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ ପ୍ରଦୀପ ପ୍ରଜ୍ଜଳନ କରି ଶୁଭ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଆଶିଷ କୁମାର ତ୍ରିପାଠୀ ନିଜ ବକ୍ତବ୍ୟରେ ଏହା ଏକ ୫-ଟି ଅନ୍ତର୍ଗତ ସଚେତନର ମାଧ୍ୟମ, ଯେଉଁ ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ, ସେହି ଛାତ୍ରଛାତ୍ରୀ ମାନେ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତାରେ ଖେଳିବେ ଓ ସେଠାରେ ଯେଉଁମାନେ କୃତିତ୍ୱ ହାସଲ କରିବେ ସେମାନେ ଜିଲ୍ଲା ସ୍ତରୀୟ ଏବଂ ପରେ ରାଜ୍ୟ ପ୍ରତିଯୋଗିତାରେ ଖେଳିବେ । ସମ୍ମାନିତ ଅତିଥିଭାବେ କତିଙ୍ଗିଆ ସମିତି ସଭ୍ୟ,ନାଏବ ସରପଞ୍ଚ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ତାଜ ଅହମ୍ମଦ ଖାନ, ଘୁ, ଉଦୟଗିରି ଜେ.ଇ ବିଶ୍ୱଜିତ ନାୟକ ଓ ନିର୍ବାହୀ ଅଧିକାରୀ ଆୟୋଜନ ଓ ତଦାରଖ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରିଥିଲେ । ଟିଆଙ୍ଗିଆ ଏମ୍‌ଇ ସ୍କୁଲର ପ୍ରଧାନ ଶିକ୍ଷକ ପରଶନ ପ୍ରଧାନ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାକୁ କଳିଙ୍ଗ ମହାବିଦ୍ୟାଳୟର ଖେଳ ଶିକ୍ଷକ ସରୋଜ କୁମାର ଦାସ, ଦିବ୍ୟ ସାଗର ନାୟକ ଏବଂ ଜଣେ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ । ଟିଆଙ୍ଗିଆ ଏମ୍‌ଇ ସ୍କୁଲ୍‌ ସଭାପତି ଗୋପାଳ ନାୟକ, ସାଂସଦ ପ୍ରତିନିଧି ସାମନ୍ତ ଦିଗାଲ, ଜିଆରଏସ୍‌ ବାଦଲ କୁମାର ଦିଗାଲ, ପୂର୍ବତନ ସମିତି ସଭ୍ୟ ସୁରେନ୍ଦ୍ର ନାୟକ ଓ ଏସଏଚ୍‌ଜି ମହିଳାମାନେ ସହଯୋଗ କରିଥିଲେ ଓ ପ୍ରତ୍ୟେକ ସ୍କୁଲର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଶାନ୍ତି ଶୃଙ୍ଖଳାର ସହିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

8 + 4 =