ଟେଲର ମାଷ୍ଟର ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ବେଲପଡା ପୁଲିସ

0 350

ପାଡଣାଗଡ : ବଲାଙ୍ଗିର ଜିଲା ବେଲପଡ଼ା ବ୍ଲକର ତଅଲା ଗାଁର ଟେଲର ମାଷ୍ଟର ପୁରୁଷୋତ୍ତମ ବେହେରାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ବେଲପଡା ପୁଲିସ । ପୁରୁଷୋତ୍ତମ ଗାଁର କଲୋନୀ ପଡାର ମୁଖ୍ୟ ଅଭିଯୁକ୍ତ ହେମନ୍ତ ପୁଟୀକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଅଭିଯୁକ୍ତ ହେମନ୍ତ ସବୁ କଥା ପୁଲିସ ଆଗରେ ସ୍ୱୀକାର କରିଥିବା ଜଣାପଡିଛି । ନୂଆବର୍ଷ ଭୋଜି ପାଇଁ ଘରୁ ବାଇକ ରେ ବାହାରି ଥିଲ । ଟେଲର ମାଷ୍ଟର ପୁରୁଷୋତ୍ତମଙ୍କ ସହ ଅଭିଯୁକ୍ତ ଅନ୍ୟ ଜଣେ ସାଙ୍ଗ ତପେଶ୍ୱର ଭୋଇ ମିଶି ଭୋଜି କରିଥିଲେ । ପରେ ହେମନ୍ତ ପୁଟୀ ଘରକୁ ବାହାରିବା ବେଳେ ଝଗଡା ହେଇଥିଲା । ଘଟଣା ସ୍ଥଳରୁ ତପେଶ୍ୱର ଫେରାରର ମାରିଥିବା ବେଳେ ହେମନ୍ତ ପୁରୁଷୋତ୍ତମଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଏଥିରେ ପୁରୁଷୋତ୍ତମଙ୍କ ମୃତ୍ୟୁ ହୋଇଥଇଲା । ଘଟଣାର ସଠିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାଟଣାଗଡ ଏସ୍‌ଡିପିଓ ଦାୟିତ୍ୱରେ ଥିବା ବଲାଙ୍ଗୀର ଏସ୍‌ଡିପିଓ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eight + nine =