ଦ୍ୱିତୀୟ ଟି-୨୦ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା, ଆହତ ହେଲେ ଏହି ଖେଳାଳି

0 49

ମୁମ୍ବାଇ : ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି -୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଏକ ବଡ ଝଟକା ଲାଗିଛି । ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନ୍‌ ଆଣ୍ଠୁରେ ଆଘାତ କାରଣରୁ ଟିମ୍‌ ସହ ପୁନେ ଯାଇନାହାନ୍ତି । ସେ ମୁମ୍ବାଇରେ ଆଣ୍ଠୁ ସ୍କାନ କରିଛନ୍ତି । ତାଙ୍କର ଦ୍ୱିତୀୟ ଟି -୨୦ ମ୍ୟାଚ୍‌ ଖେଳିବା ଉପରେ ସନ୍ଦେହ ରହିଛି । ପ୍ରଥମ ଟି -୨୦ ରେ ବ୍ୟାଟିଂ କରିବାରେ ତାଙ୍କର ପ୍ରଦର୍ଶନ ବିଶେଷ କିଛି ନଥିଲା । ସେ ୫ ରନ୍‌ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ ।
କ୍ରିକବଜ୍‌ ରିପୋର୍ଟ ଅନୁଯାୟୀ, ସଞ୍ଜୁ ସାମସନ୍‌ କ୍ୟାଚ୍‌ ନେବାକୁ ଚେଷ୍ଟା କରୁଥିବାବେଳେ ଆହତ ହୋଇଥିଲେ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମ ଟି -୨୦ ସମୟରେ ଶ୍ରୀଲଙ୍କା ଇନିଂସର ପ୍ରଥମ ଓଭରରେ ସଞ୍ଜୁ ସାମସନ ଏକ କ୍ୟାଚ ଡ୍ରପ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଓଭର କରିଥିଲେ । ଓଭରର ଦ୍ୱିତୀୟ ଡେଲିଭରିରେ ବଲ୍‌ ପୃଥମ୍‌ ନିସଙ୍କାଙ୍କ ବ୍ୟାଟ୍‌ ବାଜି ଆକାଶକୁ ଉଠିଥିଲା ।
ମଧ୍ୟଭାଗରେ ଫିଲ୍ଡିଂ କରୁଥିବା ସଞ୍ଜୁ ସାମସନ୍‌ ଡାହାଣକୁ ଡ୍ରାଇଭ୍‌ ସହିତ କ୍ୟାଚ୍‌ ନେବାକୁ ଚେଷ୍ଟା କରିଥିଲେ । ସେ ବଲ ଧରିଥିଲେ, କିନ୍ତୁ ତଳେ ପଡ଼ିଯିବା ପରେ ତାଙ୍କ ହାତରୁ ବଲ ପଡି ଯାଇଥିଲା । ଏହା ପରେ ମଧ୍ୟ ସଞ୍ଜୁ ସାମସନ ମ୍ୟାଚରେ ଫିଲ୍ଡିଂ ଜାରି ରଖିଥିଲେ, କିନ୍ତୁ ପରେ ସେ ଆହତ ଅନୁଭବ କରିଥିଲେ, ଏହି କାରଣରୁ ତାଙ୍କୁ ଡାକ୍ତରୀ ପରାମର୍ଶ ନେବାକୁ କୁହାଯାଇଥିଲା ।

hiranchal ad1
Leave A Reply

Your email address will not be published.

nine + 18 =